କେନ୍ଦ୍ରାପଡା,୨୦/୦୯/୨୦୨୨(ଓଡ଼ିଶା ସମାଚାର)- ଦେଶର ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଛିନ୍ନ ଭାବରେ ୮୯୨ଦିନ ଧରି ଲୋକମାନଙ୍କୁ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା, କରୋନା କିଟ୍ ଓ ରିଲିଫ ବଂଟନ କରାଯାଉଥିବା ଦେଖାଯାଇଛି । ଫାଉଣ୍ଡେସନର ୮୯୧ ଓ ୮୯୨ ଦୁଇଦିନ ଧରି କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜକନିକା, ଗରଦପୁର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ପ୍ରଭୃତି ବ୍ଲକର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନର କର୍ମକର୍ତାମାନେ ପହଂଚି ଗରିବ, ଅସହାୟ ଓ ଭିକ୍ଷୁକମାନଙ୍କୁ ରିଲିଫ ସାମଗ୍ରୀ ସହ ବସ୍ତ୍ର, ମାକ୍ସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ଶୁଦ୍ଧ ପାନୀୟ ଜଳ, ଓ. ଆର. ଏସ., ରନ୍ଧା ଓ ଶୁଖିଲା ଖାଦ୍ୟ ସମେତ ଗ୍ରସରୀ ସାମଗ୍ରୀ ପ୍ରଭୃତି ବଂଟନ କରିଛନ୍ତି । ବିଶେଷକରି ବନ୍ୟା ପ୍ରପିଡିତ ଅଂଚଳ, ଆଦିବାସୀ ବସ୍ତି ପ୍ରଭୃତିରେ ବିଶୁଦ୍ଧିକରଣ ସହ ଲୋକମାନଙ୍କୁ ସଚେନତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଜାରି ରଖାଯାଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଗ୍ରାମସ୍ଥିତ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶକ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର ଓ ଅନ୍ୟାନ୍ୟ ସ୍ୱେଛାସେବୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର