ମାହାଙ୍ଗା ,୨୦/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଗଣକବି ବୈଷ୍ଣବ ପାଣିଙ୍କ ୧୪୦ ତମ ଜୟନ୍ତୀ ସମାରୋହ ଜନ୍ମମାଟି କୋଠପଦା ଠାରେ ପାଳନ କରାଯିବ । ୨ ଦିନ ବ୍ୟାପୀ ଏହି ସାରସ୍ୱତ ଉତ୍ସବରେ ବହୁ କବି, ସାହିତ୍ୟିକ, ନାଟ୍ୟକାର ଓ କଳାକାର ଯୋଗ ଦେବାକୁ ନିଷ୍ପତି ନିଆଯାଇଛି । ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ମାହାଙ୍ଗା ଆନୁକୂଲ୍ୟରେ ଚଳିତବର୍ଷ କୋଠପଦା, ଆନନ୍ଦପୁର, ବାସୁଦେବପୁର, ମାଳିହତା, କଟକ ଏବଂ ଭୁବନେଶ୍ୱରରେ ଏହି ଜୟନ୍ତୀ ଅନୁଷ୍ଠିତ ହେଵ । କୋଠପଦା ଠାରେ ମାହାଙ୍ଗା ବିଧାୟକ ତଥା ସଂସଦର ସଭାପତି ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ୪ ଶହରୁ ଉର୍ଦ୍ଧ୍ଵ ପାଣି ପ୍ରେମୀ ଉପସ୍ଥିତ ଥିଲେ । ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ଶରତ ନାୟକ, ଜିଲାପରିଷଦ ସଭ୍ୟା ସୁସ୍ମିତା ଦାସ,ସଂସଦ ସଂପାଦକ ହୃଷିକେଶ ସ୍ୱାଇଁ, ପ୍ରଧାନଶିକ୍ଷକ କିଶୋର ଦାଶ,ସାହିତ୍ୟିକ ଅଖିଳେଶ ମହାନ୍ତି,ସରପଞ୍ଚ ହେମନ୍ତ ପ୍ରଧାନ, ତ୍ରିନାଥ ଜେନା,ରାଧନାଥ ରାଉତ, ଅଲେଖ ଦାସ, ବିଶ୍ୱେଶ୍ୱର ମହାନ୍ତି, ପ୍ରଶାନ୍ତ କର, ନିହାର ରଞ୍ଜନ ପଣ୍ଡା, ପନଂଗ ଭୂଷଣ ଦାସ, ପ୍ରଶାନ୍ତ ପଟ୍ଟନାୟକ, ରିଆଯୁଲ ହୋଦା,ଆରତୀ ନାୟକ,ଅଫସର ତୁଲ୍ଲା, ରବୀନ୍ଦ୍ର ପୃଷ୍ଟି, ଅନନ୍ତ ସାହୁ, ପର୍ଶୁରାମ ଦାସ, ମାଗୁଣି ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।