ଭୁବନେଶ୍ୱର,୧୯/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦଶହରା ପୂର୍ବରୁ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି । ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତା ପିଛିଲା ଭାବେ ଗତ ୨୦୨୨ ଜାନୁଆରୀ ରୁ ଲାଗୁ ହେବ । ଚଳିତ ମାସ ଦରମାରେ ଏହି ବର୍ଦ୍ଧିତ ମହଙ୍ଗା ଭତା ମିଳିବ । ଏହା ଦ୍ୱାରା ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ୍ ଭୋଗି ଉପକୃତ ହେବେ ବୋଲି କୁହାଯାଇଛି । ଓଡ଼ିଶା ସମାଚାର