ସମ୍ବଲପୁର, ୧୯/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ହିରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ୬୨୯ ଫୁଟ ଉପରେ ରହିଛି । ଆଜି ୪ ଟି ଗେଟ୍ ଖୋଲିବାକୁ ଥିଲା କିନ୍ତୁ ଏହାକୁ ଦୃଷ୍ଟିରେ ରଖି ଆଜି ପର୍ଯ୍ୟାୟ କ୍ରମେ ମୋଟ୍ ୬ ଟି ଗେଟ୍ ଖୋଲାଯାଇଛି । ଓଡ଼ିଶା ସମାଚାର