Wednesday , May 31 2023
Breaking News
Home / ବିଶେଷ / ଶିବାନନ୍ଦ ଆଶ୍ରମରେ ଯୋଗ ଓ ବକ୍ତୃତା ପ୍ରତିଯୋଗୀତା

ଶିବାନନ୍ଦ ଆଶ୍ରମରେ ଯୋଗ ଓ ବକ୍ତୃତା ପ୍ରତିଯୋଗୀତା

କେନ୍ଦ୍ରାପଡା, ୧୯/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ୨ଦିନ ବ୍ୟାପି ବକ୍ତୃତା ଓ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏତଦବ୍ୟତିତ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଗୀତା ଆବୃତି, ବେଦମନ୍ତ୍ର ପାଠ, କୁଇଜ, ସନାତନ ଧର୍ମ ସ୍ୱାମୀ ଶିବାନନ୍ଦ ଏବଂ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗୀତାରେ ୯ଟି ବ୍ଲକର ପିଲାମାନେ ଅଂଶଗ୍ରହଣ କରିଥିଲେ । ଏହିସବୁ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସେଙ୍ଗ ସେଙ୍ଗ ସମସ୍ତ ଅଂଶଗ୍ରହଣକାରୀ ପିଲାମାନଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷାତର ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବାନନ୍ଦ ବିଦ୍ୟାମନ୍ଦିର ଏକ ମଣିଷ ତିଆରି କାରାଖାନା । ଏଠାରେ ପିଲାମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ପ୍ରଦାନ ପୂର୍ବକ ଦେଶର ଭବିଷ୍ୟତ ଗଠନ କରିବାରେ ଏହି ଶିକ୍ଷାନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଥିଲେ ଯେ ସମାଜର ନୂତନ ଆଲୋକର ଆଭା ଏହି ପିଲାମାନଙ୍କୁ ଉଦଭାଷିତ କରୁଥିବା ବେଳେ ଦେଶର ଭବିଷ୍ୟତ ରକ୍ଷା ନିମନ୍ତେ ପିଲାମାନଙ୍କ ଅନ୍ତରାତ୍ମାରେ ସଂସ୍କାର ଆଣିବା ନିତ୍ୟାନ୍ତ ଜରୁରୀ ହୋଇ ପଡିଛି ବୋଲି କହିଥିଲେ । ଶେଷରେ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.