Thursday , June 8 2023
Breaking News
Home / ବିଶେଷ / ରାଜ୍ୟସ୍ତରୀୟ ଶ୍ରୀମଦ୍ ଭାଗଵତ ମହୋତ୍ସବ ଓ ସପ୍ତାହବ୍ୟାପୀ ପ୍ରବଚନ ଜ୍ଞାନଯଜ୍ଞ ପାଇଁ ପ୍ରସ୍ତୁତି

ରାଜ୍ୟସ୍ତରୀୟ ଶ୍ରୀମଦ୍ ଭାଗଵତ ମହୋତ୍ସବ ଓ ସପ୍ତାହବ୍ୟାପୀ ପ୍ରବଚନ ଜ୍ଞାନଯଜ୍ଞ ପାଇଁ ପ୍ରସ୍ତୁତି

କଟକ ସଦର,୧୯/୦୯/୨୦୨୨ (ଓଡ଼ିଶା ସମାଚାର ଵିଷ୍ଣୁ ବେହେରା): ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ବାର୍ତ୍ତାଵହ’ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ,ଓଡିଶା’ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆସନ୍ତା ୨୦ ରୁ ୨୭ ତାରିଖ ପର୍ଯ୍ୟନ୍ତ କଟକ ସଦର ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମପଞ୍ଚାୟତ କୋକୁଆଁ ମେଲଣ ପଡିଆ ଠାରେ ରାଜ୍ୟସ୍ତରୀୟ ଶ୍ରୀମଦ୍ ଭାଗଵତ ମହୋତ୍ସବ ଓ ସପ୍ତାହ ଵ୍ୟାପି ପ୍ରବଚନ ଜ୍ଞାନଯଜ୍ଞ ହେଵ ବୋଲି ପ୍ରସ୍ତୁତିରୁ ଜଣାପଡିଛି। ଏ ସମ୍ପର୍କରେ କନ୍ଦରପୁର ଠାରେ ଆଜି (ସୋମବାର) ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସାଧାରଣ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ରୂପରେଖ ଓ ପ୍ରସ୍ତୁତି ଵିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପ୍ରତ୍ୟେକ ଦିନ ରାଜ୍ୟର ୨୨ ଗୋଟି ଜିଲାର ସୁନାମଧନ୍ୟ ପଣ୍ଡିତ ଓ ପ୍ରଵଚକ ମାନଙ୍କ ସହ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଵାର ଜଣାଯାଇଛି।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଵହୁ ସଂଖ୍ୟାରେ ଭଗବଦ୍ ପ୍ରେମୀ ମାନେ ଯୋଗ ଦେଇ ଵିଭୁ କୃପା ଲାଭ କରିଵାକୁ ପଣ୍ଡିତ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାସ(ତିର୍ତ୍ତୋଲ),ଅଜୟ ପଟ୍ଟନାୟକ,ଵିଦ୍ୟାଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.