ଭୁବନେଶ୍ୱର,୧୯/୦୯/୨୦୨୨(ଓଡ଼ିଶା ସମାଚାର)-ଧାମନଗରର ବିଜେପି ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଆଜି ସକାଳେ ୬୧ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା । ସେ ଗତ ଏକ ମାସ ଧରି କିଡ଼ିନି ଜନିତ ରୋଗରେ ଆକ୍ରାନ୍ତ ହୋଇ ଏଆଇଆଇଏମଏସ ର ଆଇସିୟୁ ରେ ରହି ଚିକିତ୍ସାଧିନ ଥିଲେ । ଏଆଇଆଇଏମଏସ ର ଅତିରିକ୍ତ ଅଧିକ୍ଷକ ପ୍ରଭାସ ରଂଜନ ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର