Wednesday , May 31 2023
Breaking News
Home / ବିଶେଷ / ନିହାରୀକାଙ୍କୁ ସହାୟତାର ହାତ ବଢ଼ାଇଲେ ପାଟକୁରା ବିଧାୟିକା

ନିହାରୀକାଙ୍କୁ ସହାୟତାର ହାତ ବଢ଼ାଇଲେ ପାଟକୁରା ବିଧାୟିକା

ଗରଦପୁର, ୧୯/୦୯/୨୦୨୨(ଓଡ଼ିଶା ସମାଚାର)- ସର୍ବ ଭାରତିୟ ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତ ଚଁ ପୁର ଗ୍ରାମ ନିହାରୀକା ସାମଲ ଙ୍କ ଡ଼ାକ୍ତର ପାଠ ପଢ଼ିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା । ବିଧାୟିକା ଶ୍ରୀମତୀ ଅଗ୍ରୱାଲା ନିହାରୀକାଙ୍କ ଘରେ ପହଂଚି ଉତରୀୟ ଓ ପୁଷ୍ପ ଗୁଛ ଦେଇ ନିଟ୍ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ଡ଼ାକ୍ତରୀ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇ ଥିବାରୁ ନିହାରୀକାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାଛଡ଼ା ସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦେବା ସହ ମୁଖ୍ୟମନ୍ତତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ପଢ଼ିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ନିହାରୀକା ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ହେଁ ଆର୍ଥିକ ଅଭାବ ଥିବାରୁ ଡ଼ାକ୍ତର ପଢ଼ିବା ତାଙ୍କ ପାଇଁ କଷ୍ଟ ହୋଇ ପଡ଼ିଛି । ତାଙ୍କ ବାପା ବଟକୃଷ୍ଣ ସାମଲ ଗରୀବ ଚାଷୀ ହୋଇଥିବା ହେତୁ ଝିଅକୁ ଡ଼ାକ୍ତରୀ ପଢ଼ାଇବା ସମ୍ଭବ ନୁହେଁ । ଉଲେଖନୀୟ ଏହିକି ନିହାରୀକା ୧୦ ମ ପରୀକ୍ଷାରେ ସଫଳତା ହାସଲ କରି ବ୍ଲକ୍ ରେ ୧ମ ସ୍ଥାନ ଅଧିକାର କରିଥିଲେ । ନିଜର ନିଷ୍ଠାପର ଉଦ୍ୟମ ଓ ପରିଶ୍ରମ ଫଳରେ ନିହାରୀକା ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାରେ ୭୨୦ ରୁ ୫୯୫ ନମ୍ବର ରଖି ଉତିର୍ଣ୍ଣ ହୋଇଛନ୍ତି । ସେ ଡ଼ାକ୍ତର ହୋଇ ଜନ ସାଧାରଣଙ୍କ ସେବା କରିବାର ଆଶା ରଖିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ଙ୍କ ପୁଅ ସଂଜୟ ଅଗ୍ରୱାଲା, ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ଶେଖର ପରିଡ଼ା, ସରପଂଚ ଅମିୟ କୁମାର ଜେନା, ସରପଂଚ ରାଜେନ୍ଦ୍ର ମଲିକ୍, ବଳରାମ ଦାସ, ଗୁଣନିଧି ଦାସ, ସମ୍ୟଜିତ ସାମଲ, ବିଦ୍ୟୁତଲତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.