କଳାହାଣ୍ଡି,୧୯/୯/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶାରଦୀୟ ମହାପାର୍ବଣ ଦଶହରା ଓ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆୟୋଜନକୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଦଶହରା ଓ ମା ମାଣିକେଶ୍ଵରୀ ଙ୍କ ଛତରଯାତ୍ରାକୁ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଥିଲା ।
ଏଥିରେ କଳାହାଣ୍ଡି ଜିଲ୍ଲାର ସମସ୍ତ ପୂଜା କମିଟି,ବୁଦ୍ଧିଜୀବୀ, ଆଇନଜୀବୀ, ପ୍ରଶାସନିକ ଅଧିକାରୀ, ସମସ୍ତ ଏନ ଜିଓ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାଣି ଓ ପରିମଳ ବ୍ୟବସ୍ଥା, ରାସ୍ତାଘାଟର ମରାମତିକୁ ନେଇ ଉପସ୍ଥିତ ସମସ୍ତେ ମତ ରଖିଥିବାବେଳେ ଏ ଦିଗରେ ପ୍ରଶାସନ ଯତ୍ନବାନ ହେବ ବୋଲି ମତ ପ୍ରକାଶ ପାଇଥିଲା । ଓଡିଶା ସମାଚାର