Wednesday , May 31 2023
Breaking News
Home / ବିଶେଷ / ତାଳଦଣ୍ଡା କେନାଲରୁ ନିଖୋଜ ବୃଦ୍ଧାଙ୍କର ଶଵ ଉଦ୍ଧାର

ତାଳଦଣ୍ଡା କେନାଲରୁ ନିଖୋଜ ବୃଦ୍ଧାଙ୍କର ଶଵ ଉଦ୍ଧାର

କଟକ ସଦର ,୧୯/୦୯/୨୦୨୨ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତାଳଦଣ୍ଡା କେନାଲରେ ଜଣେ ମହିଳାଙ୍କ ଶଵ ଭାସି ଭାସି ଯାଉଥିବା ଖବର ପାଇ କନ୍ଦରପୁର ପୋଲିସ ଓ ଦମକଳବାହିନୀର ମିଳିତ ଉଦ୍ୟମରେ ଆଜି (ସୋମବାର) ପୂର୍ବାହ୍ନରେ ଅଲାରପୁର ନିକଟରୁ ଶଵକୁ ଉଦ୍ଧାର କରାଯାଇଛି।ମୃତକ ଜଣକ ଚାଉଳିଆଗଞ୍ଜ ମଙ୍ଗଳା ସାହିର ସୂର୍ଯ୍ୟମଣି ସାହୁଙ୍କ ପତ୍ନୀ ସତ୍ୟବତୀ ସାହୁ (୭୫) ଵୋଲି ଚିହ୍ନଟ ହୋଇଥିବା ବେଳେ ଶଵକୁ ପୋଷ୍ଟମର୍ଟମ ପାଇଁ ପଠାଯାଇ କନ୍ଦରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଵେଳେ ପରିବାର ଲୋକେ ନିଖୋଜ ସତ୍ୟବତୀ ଙ୍କୁ  ଗତକାଲି ଠାରୁ ଖୋଜାଖୋଜି କରୁଥିବା ଜଣାପଡିଛି।

Leave a Reply

Your email address will not be published.