Thursday , September 29 2022
Home / କୃଷି / କୁକୁଡ଼ା କମ୍ପାନୀ ର ଚାଷୀ ଶୋଷଣ ନିତି ବିରୁଦ୍ଧରେ ଆନ୍ଦୋଳନ କୁ ଓହ୍ଲାଇବେ କୁକୁଡ଼ା ଚାଷୀ

କୁକୁଡ଼ା କମ୍ପାନୀ ର ଚାଷୀ ଶୋଷଣ ନିତି ବିରୁଦ୍ଧରେ ଆନ୍ଦୋଳନ କୁ ଓହ୍ଲାଇବେ କୁକୁଡ଼ା ଚାଷୀ

ମାହାଙ୍ଗା, ୧୯/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମ ପଞ୍ଚାୟତ ଅଧୀନ ଦୋଵନ୍ଧିଆ ଠାରେ କୁକୁଡ଼ା ଚାଷୀମାନେ ପଦଯାତ୍ରା ରେ ଆସି ସମାବେଶ ସ୍ଥଳରେ ପହଞ୍ଚିଥିଲେ । ରାଜ୍ୟ ର ସମସ୍ତ କୁକୁଡ଼ା କମ୍ପାନୀ ଗୁଡିକ ସମସ୍ତ କୁକୁଡ଼ା ଚାଷୀ ଙ୍କୁ ଶୋଷଣ କରୁଛନ୍ତି ବୋଲି କ୍ଷୋଭ ର ସହ ପ୍ରକାଶ କରିଥିଲେ । ଏହି ସଭାରେ ମାହାଙ୍ଗା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କୁକୁଡ଼ା ଚାଷୀ ମାନେଏଥି ନେଇ ଉଦବେଗ ପ୍ରକାଶ କରିଥିଲେ। କମ୍ପାନୀ ର ଚାଷୀ ମାରଣ ନୀତି ଉପରେ ସରକାର୍ ଗୁରୁତ୍ଵର ସହ ବିଚାର କରିବା ପର୍ୟ୍ୟନ୍ତ କୁକୁଡ଼ା ଉତ୍ପାଦନ ବନ୍ଦ ରହିବ ବୋଲି ଚାଷୀ ମାନେ ମତ ବ୍ୟକ୍ତ କରିଥିଲେ। ଯଦି ଆଗାମୀ ଦିନରେ କମ୍ପାନୀ ମାନେ ଦାବି ନ ଶୁଣନ୍ତି ,ବଡ଼ଧରଣର ଆନ୍ଦୋଳନ ହେବ ବେଲି ଚାଷିମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.