Wednesday , May 31 2023
Breaking News
Home / ବିଶେଷ / ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କଲେ ୫ଟି ସଚିବ

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର,୧୯/୦୯/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀଙ୍କ (୫-ଟି) ସଚିବ ଶ୍ରୀ ଭିକେ ପାଣ୍ଡିଆନ କଟକ ଗସ୍ତ କରି ଏସସିବି ବଡ ମେଡିକାଲରେ ନିର୍ମାଣାଧିନ ସଂପ୍ରସାରଣ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥି ସହିତ ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ୍, ଛତ୍ରବଜାର ପରିବା ବଜାର ଉନ୍ନତିକରଣ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ଏସସିବି ବଡ଼ ମେଡିକାଲ ବୁଲି ବିକାଶମୂଳକ କାର୍ୟ୍ୟର ତଦାରଖ କରିଥିଲେ । କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ୟ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ।ଏହାପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ୟ୍ୟକୁ ବୁଲି ଦେଖିଥିଲେ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ଓ ଜିଲ୍ଲାପାଳଙ୍କ ସହ ଉନ୍ନୟନମୂଳକ କାର୍ୟ୍ୟ ବାବଦରେ ସବିଶେଷ ଆଲୋଚନା କରିଛନ୍ତି ୫-ଟି ସଚିବ । ୫-ଟି ସଚିବ ଙ୍କ ସହିତ ବିତ ବିଭାଗ ପ୍ରମୁଖ ସଚିବ ବିସାଲ କୁମାର ଦେବ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.