ଭୁବନେଶ୍ୱର/ଗରଦପୁର, ୧୯/୦୯/୨୦୨୨ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନ ମାନଙ୍କ ସ୍ମୃତିରେ ଏକ ରାଜ୍ୟ ସ୍ତରୀୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଉଅଛି। ଇଛୁକ ପ୍ରତିଯୋଗୀମାନେ ନାମ ପଞ୍ଜିକରଣ କରିବା ନିମନ୍ତେ ୯୮୫୩୪୦୧୮୦୨ ନମ୍ବରରେ ଯୋଗାଯୋଗ କରିପାରିବେ।ପ୍ରତିଯୋଗୀମାନେ ଭଜନ କିମ୍ବା ଦେଶାତ୍ମବୋଧକ ସଙ୍ଗୀତ ନିଜ କଣ୍ଠରେ ଗାନ କରି ତାହାର ଅଡିଓ କିମ୍ବା ଭିଡ଼ିଓ ଉକ୍ତ ନମ୍ବରରେ ୩୦ ସେପ୍ଟେମ୍ବର ୨୦୨୨ ସନ୍ଧ୍ୟା ୬ଟା ସୁଦ୍ଧା ପଠାଇପାରିବେ।ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନେ ଭୁବନେଶ୍ୱରରେ ମଞ୍ଚ ଉପରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇବେ।