Wednesday , May 31 2023
Breaking News
Home / ବିଶେଷ / ସାଲେପୁର ର କଳାରୁଦ୍ର ଗେଷ୍ଟ ହାଉସ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର ର କଳାରୁଦ୍ର ଗେଷ୍ଟ ହାଉସ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର, ୧୮/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ – ସାଲେପୁର ମୁଖ୍ୟ ରାସ୍ତା ର ମାଛୁଆତି ଠାରେ ଥିବା କଳା ରୁଦ୍ର ଗେଷ୍ଟ ହାଉସ କୋଠରୀ ରୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।ଘଟଣା ରୁ ପ୍ରକାଶ ଯେ, ମାହାଙ୍ଗାଥାନା ଉଷୁମା ଗ୍ରାମ ର ରାଜ କିଶୋର ମଲ୍ଲିକ ନାମକ ଜୈନିକ ଯୁବକ ଉକ୍ତ ଲଜ୍ ରେ ଭଡ଼ା ରେ ରହୁ ଥିଲେ । ମାତ୍ର ଗତ କାଲି ଠାରୁ ସେ ରୁମ ଭିତର କୁ ଯାଇ ଆଉ ବାହାରକୁ ଆସି ନଥିଲେ । ପୋଲିସ କୌଣସି ସୂତ୍ରରୁ ସୁଚନା ପାଇ ଉକ୍ତ କୋଠରୀ କୁ ଖୋଲି ଫ୍ୟାନ ରେ ଝୁଲୁ ଥିବା ଅବସ୍ଥାରେ ରାଜ କିଶୋର ଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି । ଏଠାରେ ସ୍ମରଣ ଯୋଗ୍ୟ ଯେ ଏହି କଳାରୁଦ୍ର ଗେଷ୍ଟ ହାଉସ ରୁ ପୂର୍ବରୁ ମଧ୍ୟ ପୋଲିସ ମୃତ ଦେହ ଜବତ କରିଥିବା ନଜିର ରହିଛି । ଏନେଇ ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published.