ତିର୍ତ୍ତୋଲ, ୧୮/୦୯/୨୦୨୨ (ଓଡ଼ିଶା ସମାଚାର)- ତାରପୁର ଠାରୁ ଆସିବା ବାଟରେ ମହାଳାହାଟ ଠାରେ ଜଣେ ସାମ୍ବାଦିକ ଙ୍କର ମୋବାଇଲ ଫୋନ ଟି ହଜିଯାଇଛି । ଗତ କାଲି ଶନିବାର ଦିନ ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ କାର୍ୟ୍ୟ ସାରି ମହାଳାହାଟରେ ପହଂଚି ପନିପରିବା କିଣିଥିଲେ । ସେହି ସମୟରେ ମୋବାଇଲ ଫୋନରେ କଲ ଆସିଥିଲା । କଲ ରିସିଭ କରି କଥା ହୋଇସାରି ଅନ୍ୟମନସ୍କ ଭାବେ ଫୋନ୍ ଟିକୁ ନିଜ ମୋଟରସାଇକେଲ ଉପରେ ରଖିଦେଇଥିଲେ । ପରେ ହେଲମେଟ ପିନ୍ଧି ଗାଡି ଷ୍ଟାର୍ଟ କରି ଚାଲି ଆସିଥିଲେ । ଅଳ୍ପ କିଛି ବାଟ ଆସିବା ପରେ ମୋବାଇଲ ଫୋନ୍ କଥା ମନେ ପଡିଥିଲା । ସେ ତୁରନ୍ତ ଗାଡି ରଖିଥିବା ସ୍ଥାନରେ ପହଂଚି ବହୁତ ଖୋଜାଖୋଜି କରିବା ସହିତ ନିଜ ଫୋନ କୁ ଅନ୍ୟ ଫୋନ୍ ରୁ ରିଙ୍ଗ କରିଥିଲେ । ମୋବାଇଲ ଫୋନ୍ ରିଙ୍ଗ ହୋଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ପରେ ମୋବାଇଲ ଫୋନ ଟି ସୁଇଚ ଅଫ ହୋଇଥିଲା । ଫୋନ ଟି ସାମସଙ୍ଗ ଏ ୧୨. ଫୋନ ରେ ଏଆରଟେଲ ୯୦୭୮୧୧୨୪୬୫ ଓ ବିଏସଏନ ଏଲ ୯୦୪୦୪୭୭୫୧୪ ର ଦୁଇଟି ସିମ ଅଛି । ଏହି ଫୋନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି । ଏ ସମ୍ପର୍କରେ ମାହାଳ ହାଟ ଫାଣ୍ଡିରେ ମୌଖିକ ଭାବେ ଅଭିଯୋଗ କରାଯାଇଛି । ଯଦି କେହି ସହହୃଦୟ ବ୍ୟକ୍ତି ମୋବାଇଲ ଫୋନ ଟି ପାଇଥାନ୍ତି , ତେବେ ମାହାଳହାଟ ଫାଣ୍ଡିରେ ଜମା କରିବା ସହିତ ୯୭୭୭୮୨୯୧୪୬ନମ୍ବରରେ ସୂଚନା ଦେବାପାଇଁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର