Wednesday , May 31 2023
Home / ବିଶେଷ / ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଆସିପାରିଲାନି , ଚାଲିଗଲା ଜଣକର ଜୀବନ

ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଆସିପାରିଲାନି , ଚାଲିଗଲା ଜଣକର ଜୀବନ

ସାଲେପୁର, ୧୮/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ରାସ୍ତା ସମସ୍ୟା ଯୋଗୁଁ ଚାଲିଗଲା ଜଣେ ସ୍ତ୍ରୀଲୋକ ର ଜୀବନ । ଆମେ କେଉଁ ଉପାନ୍ତ ଅଞ୍ଚଳକଥା କହୁନାହୁଁ । କହୁଛୁ କଟକ ଜିଲ୍ଲାସାଲେପୁର ବ୍ଲକ ପିକୋଳ ରାଇସୁଙ୍ଗୁଡ଼ା ମଧ୍ୟଭାଗ କେରଙ୍ଗା ଗାଁ କଥା । କେରଙ୍ଗା ଠାରୁ ମିରିଗିଠେଙ୍ଗ ରାସ୍ତା ରେ କିଛି ଦିନତଳେ କେରଙ୍ଗାଗାଁ ବିଷ୍ଣୁ ବିଶ୍ୱାଳ ଙ୍କ ସ୍ତ୍ରୀ ର ଦେହ ଗୁରୁତର ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଥିଲେ । ମାତ୍ର ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ତାଙ୍କ ଘର ପର୍ଯ୍ୟନ୍ତ ଯାଇ ନପାରି ଗୋଟିଏ କିଲୋମିଟର ଦୂରରେ ରହିଥିଲା । ଗ୍ରାମବାସୀଙ୍କ ସହାୟତା ରେ ଷ୍ଟ୍ରେଚରରେ ରୋଗୀ ଙ୍କୁ ନେଲା ବେଳେ ରୋଗୀଜଣକ ତଳେପଡିଯାଇଥିଲେ । ପୁଣି ଷ୍ଟ୍ରେଚରରେ  ଉଠେଇ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମବାସୀଙ୍କ କହିବା କଥା ସେହିରାସ୍ତା ଯେଉଁ ପଞ୍ଚାୟତ ରେ ଯାଉଛି ଯାଉ କିନ୍ତୁ ପ୍ରଶାସନ ଏହି ରାସ୍ତାପ୍ରତି ଧ୍ୟାନ ଦେଲେ ବିଷ୍ଣୁ ଙ୍କ ସ୍ତ୍ରୀ ପରି ଆଉକାହାର ଜୀବନ ଅନ୍ତତଃ ରକ୍ଷା ପାଇଯାଉ । ରାସ୍ତାନିର୍ମାଣ ହେଲେ ବହୁ ଚାଷ ଜମିକୁ ଚାଷୀ ମାନେ ମଧ୍ୟ ସୁବିଧାରେ ଯାତାୟାତ କରି ପାରନ୍ତେ ।

Leave a Reply

Your email address will not be published.