ଭୁବନେଶ୍ୱର, ୧୮/୦୯/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟର ୮ଟି ଜିଲ୍ଲାରେ ୯ଟି ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପୁରୀରେ ଦୁଇଟି କୋର୍ଟ କାର୍ୟ୍ୟକ୍ଷମ ହେବ। କଟକ ସଦର, ଭୁବନେଶ୍ୱର, ବାଲେଶ୍ୱର ସଦର, ବଲାଙ୍ଗୀର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର ଏବଂ ରାଉରକେଲାରେ ଗୋଟିଏ ଲେଖାଏ କୋର୍ଟ ଖୋଲିବ। କଟକ, ଅନୁଗୁଳ,ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାର ମାମଲା ଗୁଡ଼ିକ କଟକ ସଦରରେ ଥିବା ବାଣିଜ୍ୟିକ କୋର୍ଟ ରେ ଫଇସଲା ହେବ। ସେହିପରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମାମଲା ଭୁବନେଶ୍ୱର ବାଣିଜ୍ୟିକ କୋର୍ଟରେ କରାଯିବ। ସେହିପରି ପୁରୀରେ ହେବାକୁ ଥିବା ଦୁଇଟି ବାଣିଜ୍ୟିକ କୋର୍ଟରେ ପୁରୀ ଏବଂ ନୟାଗଡ଼ ଜିଲ୍ଲାର ମାମଲା କରିହେବ। ବାଲେଶ୍ୱର,ଭଦ୍ରକ, ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାର ମାମଲା ଗୁଡ଼ିକ ବଲାଙ୍ଗିରେ ହେବାକୁ ଥିବା ବାଣିଜ୍ୟି କୋର୍ଟ ହେବ। ବଲାଙ୍ଗୀର, ସୋନ୍ ପୁର, କଳାହାଣ୍ଡିର ସମସ୍ତ ବାଣିଜ୍ୟିକ ମାମଲାରେ ନୂଆପଡ଼ା କୋର୍ଟ ରେ କରିହେବ। କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ସମସ୍ତ ବାଣିଜ୍ୟିକ ମାମଲା କେନ୍ଦ୍ରାପଡ଼ା ସଦର କୋର୍ଟରେ ହେବ। ଜୟପୁର ବାଣିଜ୍ୟିକ କୋର୍ଟ ରେ କୋରାଫୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ମାମଲା କରିହେବ। ରାଉରକେଲା ବାଣିଜ୍ୟିକ କୋର୍ଟ ରେ ସୁନ୍ଦରଗଡ଼ ଜିଲ୍ଲା ସମସ୍ତ ବାଣିଜ୍ୟକ ମାମଲା କରିହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।