Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ପାଳିତ

ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ପାଳିତ

ଜୁନାଗଡ଼, ୧୮/୦୯/୨୦୨୨(ଓଡ଼ିଶା ସମାଚାର/ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଇଷ୍ଠଦେବୀ ମାଁ ଲଙ୍କେଶ୍ୱରୀଙ୍କ ଐତିହାସିକ ଖଣ୍ଡାବସା ପର୍ବ ଦୁଇ ବର୍ଷ ର କରୋନା କଟକଣା ପରେ ଚଳିତ ବର୍ଷ ମହା ସମାରୋହରେ ପାଳିତ ହେବା ସହ ହାଜର ହଜାର ଭକ୍ତଙ୍କ ସମାଗମ ହୋଇଛି । ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ କଳାହାଣ୍ଡିର ପ୍ରଥମ ଦଶହରା ଭାବେ ବିବେଚନା କରାଯାଏ। ଏହି ଖଣ୍ଡାବସା ପର୍ବର ଅନେକ ମହିମା ଓ ପ୍ରସିଦ୍ଧି ରହିଛି। ପ୍ରତିବର୍ଷ ଅଶ୍ୱିନୀ ମୂଳାଷ୍ଟମୀରେ ଏହି ପର୍ବ ପାଳନ କରାଯାଏ ।ଚଳିତ ବର୍ଷଏହି ଯାତ୍ରା ଅନେକ ଜାକଜମକରେ ପାଳିତ ହୋଇଥିଲା ।

ଯାତ୍ରାରେ ସ୍କୁଲ ଓ କଲେଜ ସ୍ତରୀୟ ଝୁଟି , ବକ୍ତୃତା, ଘୁମୁରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟ ବଲ ଖେଳ ଅନୁଷ୍ଠିତ ହୋଇଥିଲା । ଫୁଟବଲ ଖେଳ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଓ ଆଇର ବି ଜାରିଂ ମଧ୍ୟରେ ଅନୁଷ୍ଠିତ ଖେଳରେ ୧-୦ ସ୍ପୋର୍ଟସ ହଷ୍ଟେଲ ବିଜେତା ହୋଇଥିଲା। ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ ଦେଖିବା ପାଇଁ ପଡୋଶୀ ଜିଲ୍ଲା ଏବଂ ଛତିଶଗଡ଼ ରୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ରେ ମା ଙ୍କ ମନ୍ଦିର ରେ ପାରମ୍ପରିକ ରୀତିରେ ପୂଜାର୍ଚନା ଆରମ୍ଭ ହୋଇଥିଲା ।ପ୍ରଥମେ ପାଟ ଖଣ୍ଡା ଦୁଇଟିକୁ ମନ୍ଦିର ପୂଜକ ପାରମ୍ପରିକ ବ।ଜା ବ।ଜଣ। ସହ ଶୋଭାଯାତ୍ରାରେ ସ୍ଥାନୀୟ ଡାକବଙ୍ଗଲା କୁ ନିଆଯାଇଥିଲା। ଚଳିତ ବର୍ଷ କଳାହାଣ୍ଡି ରାଜ୍ ପରିବାରରୁ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ରାଜ୍ ସ୍ଵର୍ଣକାର ବାଳକୃଷ୍ଣ ଆଚାରି ୨ ଗୋଟି ଖଣ୍ଡାକୁ ଡାକବଙ୍ଗଳା ଠାରେ ମାର୍ଜନା କରିଥିଲେ।ଏହା ପରେ ପୁଣି ମନ୍ଦିର ମଧ୍ୟକୁ ଖଣ୍ଡାକୁ ନିଆଯାଇ ମାଁ ଲଙ୍କେଶ୍ୱରୀଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ଅରୁଆ ଚାଉଳ ଉପରେ ବସାଯାଇଥିଲା। ପରେ ମଧ୍ୟରାତ୍ରରେ ପାରମ୍ପରିକ ରୀତିରେ ପୋଢ଼ ବଳି ଦିଆ ଯାଇଥିଲା। ଖଣ୍ଡାବସାଠାରୁ ମା ଲଙ୍କେଶ୍ୱରୀକୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରା ଯାଇ ଦଶହରା ପର୍ୟନ୍ତ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ମାନସିକ ଧାରୀମାନ ବଳି ପକାଇଥାନ୍ତି। କଡା ସୁରକ୍ଷା ମଧ୍ୟରେ ଏହିଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.