Wednesday , May 31 2023
Home / ବିଶେଷ / ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ କାର୍ୟ୍ୟର ସମୀକ୍ଷା

ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ କାର୍ୟ୍ୟର ସମୀକ୍ଷା

ଭୁବନେଶ୍ୱର,୧୮/୦୯/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ନଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁବିଧା ଓ ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ଅଧୀନରେ ଏହାର ନିର୍ମାଣ କାର୍ୟ୍ୟ ଜାରି ରହିଛି।
ଏଥିରେ ରାଜ୍ୟ ସରକାର ଯାତ୍ରୀମାନଙ୍କ ପାଇଁ ଫୁଡ୍ କୋର୍ଟ, ଏଟିଏମ୍, ବିଶ୍ରାମଗାର, ବ୍ୟବସାୟ ସୁବିଧା ପରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୩ ଆରମ୍ଭରେ କାର୍ୟ୍ୟକ୍ଷମ ହେବାକୁଥିବା ୧୮୦ କୋଟି ବ୍ୟୟରେ ନିର୍ମାଣାଧୀନ ଏହି ଟର୍ମିନାଲରୁ ୧୦୦ଟିରୁ ଅଧିକ ବସ୍ ଚଳାଚଳର ସୁବିଧା କରାଯାଉଛି।

Leave a Reply

Your email address will not be published.