କଟକ ୧୮/୦୯/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ଖାନନଗର ପାଖ କାଠଯୋଡି ପୋଲରୁ ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୌଭାଗ୍ୟବଶତଃ ନଦୀକୁ ଡେଇଁବା ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମହିଳାଙ୍କ ପରିଚୟ ମିଳିନାହିଁ। ତେବେ ସେ କଟକ ଶଙ୍କରପୁରର ବୋଲି ବୋଲି ଜଣା ପଡିଛି। ସମ୍ପୃକ୍ତା ମହିଳା ନଦୀକୁ ଡେଇଁବାର କାରଣ ମଧ୍ୟ ଜଣାପଡ଼ିନାହିଁ । ଅପରାହ୍ନ ପ୍ରାୟ ୨ଟା ୩୦ରେ ଘଟିଥିଲା ଏହି ଘଟଣା । ମହିଳା ଜଣକ ବ୍ରିଜ ଉପରେ ବୁଲାବୁଲି କରୁଥିଲେ । ହଠାତ ସେ ନଦୀକୁ ଡେଇଁ ପଡିଥିଲେ । ମହିଳା ଜଣକ ନଦୀକୁ ଡେଇଁବା ଦେଖି ସ୍ଥାନୀୟ ଲୋକେ ହଠାତ୍ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଥିଲେ।