ଭସାଣି ରେ କେବଳ ପାରମ୍ପରିକ ବାଦ୍ୟ
ଭୁବନ ୧୮/୦୯/୨୦୨୨(ଓଡ଼ିଶା ସମାଚାର)- ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଯାକ ଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାନ୍ତି କମିଟି ମୁଖ୍ୟ ତଥା ସହର ସଂଗଠନ ସଭାପତି ବାସୁଦେବ ବେହେରା , ନଗରପାଳ ଶୁଭେନ୍ଦୁ କୁମାର ସାହୁ , ତହସିଲଦାର ରୋଜାଲିନ ବେହେରା , ଏସଡିପିଓ ରଂଜନ କୁମାର ଦେ , ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ , ବିଡିଓ କଲ୍ୟାଣ ସୌରଭ ଦାସ ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା ,ପଣ୍ଡିତ ମାତୃପ୍ରସାଦ ମିଶ୍ର , ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ । ଭସାଣିରେ କେବଳ ପାରମ୍ପରି ବାଦ୍ୟ ସାମିଲ ହେବ । ଏଥିରେ ଖିଲାପ କଲେ କିମ୍ବା ଅଯଥା ବିଳମ୍ବ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । ଦଶହରା ପୂର୍ବରୁ ଭୁବନର ମୁଖ୍ୟରାସ୍ତା, ଡ୍ରେନ, କଲଭର୍ଟ ମରାମତି କରାଯିବା ସହିତ ପ୍ରତ୍ୟେକ ବିଦ୍ୟୁୂତ ଖୁଣ୍ଟରେ ଆଲୋକ ଲଗାଇବା, ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସଜାଡିବା ଓ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରାମତି/ନିର୍ମାଣ , ସମସ୍ତ ଶୌଚାଳୟ ଚାଲୁ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ସମେତ ବିଭିନ୍ନ ବଜାର କମିଟି,ପୂଜା କମିଟି ସଦସ୍ୟ ଯୋଗଦେଇଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର