କଟକ ସଦର ୧୮/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ତହସିଲ ଅନ୍ତର୍ଗତ ଵାରାହାପାଟ ଗହିରରେ ଉଦଵୃତ ଜଳ ନିଷ୍କାସନ ସମସ୍ୟା ର ସମାଧାନ ପାଇଁ ସରକାରଙ୍କ ବିରୁଦ୍ଧରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛି ‘ ଉତ୍କଳ ଵିକାଶ ପରିଷଦ’ । ପ୍ରକାଶ ଯେ ନିଷ୍କାସନ ବିଭାଗର ତୃଟିପୂର୍ଣ୍ଣ ନୀତି ଯୋଗୁଁ ଉଦଵୃତ ଜଳ ନିଷ୍କାସନ ହୋଇନପାରି ପ୍ରତିବର୍ଷ ହଜାରେରୁ ଉର୍ଦ୍ଧ୍ବ ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି।ଏହାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ବେଳେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ।ଏହାର ସମାଧାନ ପାଇଁ ଗତ ତିନି ବର୍ଷ ତଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏକ ଉଚ୍ଚସ୍ତରୀୟ ଟିମ୍ କୁ ନେଇ କ୍ଷେତ୍ର ପରିଦର୍ଶନ କରିଵା ସହିତ ପ୍ରତିଶ୍ରୁତି ଦେଇଯାଇଥିଲେ ଵି ତାହା ଆଜି ପ୍ରତାରଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରଙ୍କ ସହିତ ଜିଲ୍ଲାପାଳ ଓ ଜଳ ନିଷ୍କାସନ ଵିଭାଗକୁ ପକ୍ଷଭୁକ୍ତ କରି ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଉଚ୍ଚନ୍ୟାୟାଳୟ ମାମଲାକୁ ଗ୍ରହଣ କରି WP(C)24364/2022 ରେ ଦରଜ କରିଥିବା ଓକିଲ ନୈବେଦ୍ୟ ପ୍ରସାଦ ସାମଲଙ୍କ ଠାରୁ ଜଣାପଡିଛି। ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ପରିଷଦର ସଭାପତି ଇଂ ସେଠୀଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।