Thursday , September 29 2022
Home / ଶିକ୍ଷା / ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

କେନ୍ଦ୍ରାପଡା, ୧୮/୦୯/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ଉପଦେଷ୍ଟା ଅକ୍ଷୟ କୁମାର ପତ୍ରୀ ସଂଘ ଜିଲ୍ଲା ଶାଖାର ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ତ୍ରିପାଠୀ ଏବଂ ସମ୍ପାଦକ ଭଗବାନ ସାହୁଙ୍କୁ ସଂଘର ଗୋପନୀୟତା ଏବଂ ଦାୟିତ୍ୱ ବୋଧ ସମ୍ପର୍କରେ ଶପଥ ପାଠ କରାଇଥିଲେ । ଅନ୍ୟତମ ଉପଦେଷ୍ଟା ଭାଗବତ ପତ୍ରୀ ଏବଂ ଭୂବନମୋହନ ମିଶ୍ର ସଂଘର କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ଶତପଥୀ, ଉପସଭାପତି ସଂଯୁକ୍ତା ମିଶ୍ର ଓ ଅନ୍ୟତମ ଉପସଭାପତି ମାନସରଞ୍ଜନ ମୁଦ୍ରାଙ୍କୁ ଶପଥ ପାଠ କରାଇଥିଲେ । ଏତଦବ୍ୟତିତ ଯୁଗ୍ମ ସମ୍ପାଦକ ଜୟନ୍ତ କୁମାର ପଣ୍ଡା ଓ ନର୍ମଦା ବେହେରା, ସଂଗଠନ ସମ୍ପାଦକ ସତ୍ୟବ୍ରତ ଷଡଙ୍ଗୀ, କୋଷାଧ୍ୟକ୍ଷ ସୁଜୟ କୁମାର ବେହୁରା, କାର୍ଯ୍ୟକାରିଣୀ ସଦସ୍ୟ ଅଚୁ୍ୟତ କୁମାର ସ୍ୱାଇଁ, ଅଳକାମଞ୍ଜରୀ ମହାନ୍ତି, କମଳାକାନ୍ତ ମିଶ୍ର, ଗୋପିନାଥ ଦ୍ୱିବେଦୀ ପ୍ରମୁଖଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ । ଏହି ସାମ୍ବିଧାନିକ ସମ୍ମିଳନୀରେ ସଂଘର ଆୟବ୍ୟୟର ସମୀକ୍ଷା କରାଯିବା ପରେ ପଣ୍ଡିତ ମାନସ ମୁଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.