Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଅତିରିକ୍ତ ସହକାରୀ ଦେବୋତର କମିଶନରଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶନ

ଅତିରିକ୍ତ ସହକାରୀ ଦେବୋତର କମିଶନରଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶନ

କେନ୍ଦ୍ରାପଡା, ୧୮/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ପ୍ରସିଦ୍ଧ ତୁଳସୀକ୍ଷେତ୍ରର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଆଜି ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ସହକାରୀ ଦେବୋତର କମିଶନର, କଟକ ସଞ୍ଜୟ କୁମାର ସତ୍ୟବ୍ରତ ଆଚାର୍ଯ୍ୟ ପହଂଚି ମନ୍ଦିର ପରିଦର୍ଶନ କରି ଶ୍ରୀଜୀଉଙ୍କୁ ଦର୍ଶନ କରଥିଲେ । ଏଥିସହ ସେ ମନ୍ଦିର ବେଢା, ବିବାହ ମଣ୍ଡପ ପରିସର, ସ୍ପିରିଚୁଆଲ ପାର୍କ ଓ ତତ୍ ସଂଲଗ୍ନ ହେରିଟେଜ କମ୍ପ୍ଲେକ୍ସ ଏବଂ ପୁଷ୍କରିଣୀ, ଝୁଲଣ ଘର, ଭଣ୍ଡାର ଘର, ମାର୍କେଟ କମ୍ପ୍ଲେକ୍ସ, ରଥଦାଣ୍ଡ ସଂଲଗ୍ନ ନିର୍ମାଣାଧିନ ଶ୍ରୀବଳଦେବଜୀଉ ଡାକଘର ଗୃହକୁ ବୁଲିଦେଖିବା ସହିତ ଦେବୋତର କାର୍ଯ୍ୟାଳୟରେ ସଂସ୍ଥାର କ୍ୟାସବୁକ, ଭାଉଚର, ରସିଦ ବହି, ପ୍ରପଟି ରେଜିଷ୍ଟର, ଶ୍ରୀଜୀଉଙ୍କ ଭୂସମ୍ପତି ତାଲିକା ଏବଂ ତିନି ବର୍ଷର ଆୟବ୍ୟୟର ବିବରଣୀ ଗୁଡିକର ତନଖି କରିଥିଲେ । ଶ୍ରୀଜୀଉଙ୍କ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତିି କରଣ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ଓ ନିର୍ବାହୀ ଅଧିକାରୀ ତାଙ୍କ ସହିତ ଆଲୋଚନା କରିଥିଲେ । ଅତିରିକ୍ତ ସହକାରୀ ଦେବୋତର କମିଶନର ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଦେବୋତର ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଦେବୋତର ନିରୀକ୍ଷକ ଶକ୍ତିପ୍ରସନ୍ନ ନାୟକ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ପୂର୍ବତନ ନଗରପାଳ ଧିରେନ ସାହୁ, ଟ୍ରଷ୍ଟବୋର୍ଡ ସଭ୍ୟ ତଥା ବରିଷ୍ଠ ସେବାୟତ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀଙ୍କ ସମେତ ସେବାୟତ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.