Thursday , June 1 2023
Breaking News
Home / ବିଶେଷ / ସମାଜସେବୀ ରୋହିତ ଜେନାଙ୍କ ସ୍ମୃତି ଚାରଣ ସଭା, ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜସେବୀ ରୋହିତ ଜେନାଙ୍କ ସ୍ମୃତି ଚାରଣ ସଭା, ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ ସଦର ୧୭/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ ସ୍ୱର୍ଗତ ରୋହିତ କୁମାର ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଆଜି (ଶନିବାର) ସଂଧ୍ୟାରେ ଆୟତପୁର ପଞ୍ଚାୟତ ଦଣ୍ଡୁଆସିପଡା ଠାରେ ରୋହିତ ଜେନା ସ୍ମୃତି କମିଟି ପକ୍ଷରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱର୍ଗତ ଜେନାଙ୍କର ଏକ ପ୍ରତିମୂର୍ତ୍ତିକୁ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ଉନ୍ମୋଚନ କରିଵା ସହିତ ଦିବଂଗତ ସମାଜସେବୀଙ୍କ ସ୍ମୃତି ଚାରଣ କରିଥିଲେ। ସ୍ମୃତି କମିଟି ଅଧ୍ୟକ୍ଷ ରଜନୀ କାନ୍ତ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅମ୍ଵିକା ପାତ୍ର,ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା, ଵ୍ଲକ ସଭାପତି ପ୍ରମୋଦ ମହାପାତ୍ର,ପୂର୍ଵତନ ଵ୍ଲକ୍ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା,ମିଶନ ଶକ୍ତି ସଂଯୋଜକ ଶରତ ରାୟ,କନ୍ଦରପୁର କଲେଜ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ମହାପାତ୍ର ପ୍ରମୁଖ ଵହୁ ରୋହିତ ପ୍ରେମୀ ଯୋଗ ଦେଇ ଶ୍ରଧାସୁମନ ଅର୍ପଣ କରିଥିଲେ। ଏହି ଅଵସରରେ ସ୍ମୃତି ଅର୍ଘ୍ୟ ‘ ଅଲିଭା ଶିଖା’ ଉନ୍ମୋଚିତ ହୋଇଥିଲା। ଶେଷରେ ସ୍ମୃତି କମିଟି ସଂପାଦକ ସରପଞ୍ଚ ରାକେଶ ବେହେରା ଧନ୍ୟବାଦ ଦେଇଥିଲେ। ପରିଚାଳନାରେ ନୀଳମାଧବ ଖୁଣ୍ଟିଆ,ମଳୟ କୁମାର ବିଶ୍ୱାଳ, ରାଜଲକ୍ଷ୍ମୀ ଖୁଣ୍ଟିଆ,ଜୟଲକ୍ଷ୍ମୀ ସେନାପତି, ରତିକାନ୍ତ ଜେନା, ସୋନାଲି ଜେନା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published.