Wednesday , May 31 2023
Breaking News
Home / ବିଶେଷ / ଯୁବଶକ୍ତି ପକ୍ଷରୁ ମା ବିଲେଇଶୁଣି ଶକ୍ତି ପୀଠ ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ଯୁବଶକ୍ତି ପକ୍ଷରୁ ମା ବିଲେଇଶୁଣି ଶକ୍ତି ପୀଠ ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ

କଙ୍କଡାହାଡ଼, ୧୭/୦୯/୨୦୨୨(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିର ର ସୌନ୍ଦର୍ୟ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମ ଐତିହ୍ୟ ଆମ ମନ୍ଦିର ମାଳିନୀ ଆମ ସଂସ୍କୃତି ପରମ୍ପରା ଆମ ପ୍ରାକୃତିକ ସୌନ୍ଦର୍ୟ୍ୟ କୁ ବଜାୟ ରଖିବା ପାଇଁ ଆମେ ସମସ୍ତେ ହାତ କୁ ହାତ ମିଶେଇ ବୃକ୍ଷ ରୋପଣ କରିବା ନିହାତି ଜରୁରୀ । ଏହା ଦ୍ୱାରା ଆମ ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ୟ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ । ଏଠି ମୁଁ କହି ରଖୁଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ମା ବିଲେଇଶୁଣି ଶକ୍ତି ପୀଠ ଓଡ଼ିଶାର ଅନ୍ୟ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଦୈନଦିନ ଓଡିଶା ତଥା ଓଡିଶା ବାହାରୁ ମାନସିକ ରଖି ବହୁତ ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ଆସିଥାନ୍ତି । ଆଜିର ଦିନରେ ଓଡ଼ିଶାର ଅନ୍ୟ ଶକ୍ତି ପୀଠ ଓଡିଶା ପର୍ୟ୍ୟଟନ ସ୍ଥଳ ରେ ସ୍ଥାନ ପାଇ ଥିବାବେଳେ ଆମ ଜିଲ୍ଲାର ବିଲେଇଶୁଣି ଶକ୍ତି ପୀଠ ଏ ପର୍ୟ୍ୟନ୍ତ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ପାଇ ପାରି ନାହିଁ । ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ମାନ୍ୟବର ରାଜ୍ୟ ସରକାର ଓ ପର୍ୟ୍ୟଟନ ବିଭାଗ କୁ ମୋର ନିବେଦନ ବିଲେଇଶୁଣି ଶକ୍ତି ପୀଠ କୁ ପର୍ୟ୍ୟଟନ ସ୍ଥଳୀ ର ମାନ୍ୟତା ଦେଇ ଜିଲ୍ଲାବାସୀ ଙ୍କର ଭକ୍ତିଭାବ ଓ ବହୁଦିନ ଧରି ରହିଥିବା ଦାବି କୁ ପୂରଣ କରନ୍ତୁ । ଏହା ହେଲେ ମା ବିଲେଇଶୁଣି ଙ୍କ ଶକ୍ତି ପୀଠ କୁ ପର୍ୟ୍ୟଟନ ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ଆସିବ । ଯାହା ଫଳରେ ନବ ନିର୍ମାଣ ମନ୍ଦିର ହେବା ସହ ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ, ମନ୍ଦିର ସାମଗ୍ରିକ ବିକାଶ ହୋଇ ପାରିବ ବେଲି ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ କହିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ରଞ୍ଜିତ ସାହୁ,ଶ୍ରୀଧର ନାୟକ,ମନୋଜ ବେହେରା ଓ ମନ୍ଦିର ପୂଜକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.