ନିରାକାରପୁର, ୧୭/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଓ ନିରାକାରପୁର ବିଦ୍ୟୁତ ବିଭାଗ ତରଫରୁ ଆଜି ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।ଏହି ପୂଜାରେ ସେସୁ ଏସଡ଼ିଓ ଇଂ ପ୍ରତ୍ୟୁଷ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ସାହୁ,ରାଧୁ ପରିଡ଼ା ଓ ସୋମନାଥ ବେହେରା. ସନ୍ତୋଷ କୁମାର ସୁନ୍ଦରାୟ, ଜିତେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ସମେତ ବହୁ ବିଦ୍ୟୁତ କର୍ମଚାରୀ ଉପସ୍ଥିତଥିଲେ ।ସେହିପରି ନିରାକାରପୁର ବିଦ୍ୟୁତ ବିଭାଗରେ କନିଷ୍ଠ ଯନ୍ତ୍ରୀ ରିତେଶ ସିଂ, ଜଗଦୀଶ ପରିଡ଼ା, ବିଭୂତି ଭୂଷଣ ସାମନ୍ତରାୟ , ସନ୍ତୋଷ କୁମାର ମହାପାତ୍ର, ସତ୍ୟଜିତ ପ୍ରଧାନ, ଉମାକାନ୍ତ ପ୍ରଧାନ ପ୍ରମୁଖ ଯୋଗନେଇ ପ୍ରଭୁ ବିଶ୍ୱକର୍ମାଙ୍କ ଆଶିଷ ଲାଭ କରିଥିଲେ । ଖୋର୍ଦ୍ଧାର ବିଭିନ୍ନ ଅଂଚଳରେ ବିଶ୍ୱକର୍ମା ପୂଜା ବିଭିନ୍ନ ବୈଷୟିକ ପ୍ରତିଷ୍ଠାନ, ଯାନ୍ତ୍ରିକ ପ୍ରତିଷ୍ଠାନରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ସେହିପରି ଜଙ୍କିଆ ବିଦ୍ୟୁତ ବିଭାଗରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।