Sunday , May 28 2023
Breaking News
Home / ବିଶେଷ / ନିରାକାରପୁର ରେଳ ଫାଟକ  ରାସ୍ତା ମରାମତି କରିବାକୁ ଦାବି

ନିରାକାରପୁର ରେଳ ଫାଟକ  ରାସ୍ତା ମରାମତି କରିବାକୁ ଦାବି

ନିରାକାରପୁର, ୧୭/୦୯/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାର ସ୍ଥିତ ପୁରୀ ନୟାଗଡ ନୂଆ ଜଗନ୍ନାଥ ସଡ଼କ ଉପରେ ଥିବା ରେଳ ଫାଟକ ଦେଇ ପୁରୀକୁ ଦୈନଦିନ ହଜାର ହଜାର ଯାନବାହାନ ଚଳାଚଳ କରିଥିବାବେଳେ ରେଳ ଫାଟକ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡିଛି। ଆଗରୁ ଠିକ୍ ସମୟର ରେଳ ବିଭାଗ ତରଫରୁ ତଦାରଖ କରାଯାଇ ତାର ମରାମତି କରାଯାଉଥିଲ। ଏବେ ଦୀର୍ଘ ଦିନ ହେବ ଏହାର ମରାମତି ନ ହେବା ଫଳରେ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ ଦୁର୍ଘଟଣା ଗ୍ରସ୍ତ ହେଉଛି। ରେଳ ଧାରଣାକୁ ମେଣ୍ଟାଲ ଓ ଫେଭର୍ ପକାଇ ଯାନବାହାନ ସହଜରେ ଯାତାୟାତ କରିବାକୁ ସମତୁଲ କରାଯାଇଥାଏ। ମେଣ୍ଟାଲ , ମାଟି ଓ ପେଭର୍ ଦବିଗଲେ ରେଳ ଧାରଣା ଉପରକୁ ଉଠିବା ଦ୍ଵାରା ଗାଡିଗୁଡିକ ଅତିକ୍ରମ କରିବାର ଅସୁବିଧା ଦେଖାଦେଇଥାଏ। ଫଳରେ ବିଭାଗ ତରଫରୁ ଏହାର ମରାମତି ଠିକ୍ ସମୟର ରାତି ସମୟ ରେ ହୁଏ। ବର୍ତ୍ତମାନ ଏହାର ଅବସ୍ଥା ପୁରା ଖରାପ। ଯାନବାହାନ ଗୁଡ଼ିକ ଦୁର୍ଘଟଣା ଘଟି ଗଣ୍ଡଗୋଳ ହେଉଥିବ। ଦେଖିବାକୁ ମିଳୁଛି। ବିଭାଗୀୟ ରେଳ ଅଧିକାରୀମାନେ ଏହାର ତଦାରଖ କରି ତୁରନ୍ତ ମରାମତି କରିବାକୁ ଦୃଢ଼ ଦାବି ହେଉଛି।

Leave a Reply

Your email address will not be published.