ଭୁବନେଶ୍ୱର,୧୭/୦୯/୨୦୨୨(ଓଡ଼ିଶା ସମାଚାର)-ଭାରତୀୟ ଭାଷା ଆନ୍ଦୋଳନ ଓଡ଼ିଶା ଦ୍ୱାରା ରାଷ୍ଟ୍ରୀୟ ରାଜ ଭାଷା ହିନ୍ଦୀ ଦିବସ ସ୍ଥାନୀୟ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଭାରତବର୍ଷର ବରିଷ୍ଠ ନେତୃତ୍ୱ ତଥା ସଂସଦରେ ରାଷ୍ଟ୍ରୀୟ ରାଜଭାଷା ପରାମର୍ଶଦାତା ସମିତିର ଏକ ଦଶନ୍ଧିରୁ ଊଦ୍ଧ୍ୱର୍ ରହି ଆସିଥିବା ଅଧ୍ୟକ୍ଷ ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ ନିଜ ଦମ୍ଭୋକ୍ତି ପ୍ରକାଶ କରି କହିଲେ କି ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ଓଡ଼ିଆ ଭାଷାର ସମ୍ମାନ କରିବା ସହ ଓଡ଼ିଆ ଅଧିବକ୍ତା ଗଣ ଅତିଶୀଘ୍ର ଉଚ୍ଚ ନ୍ୟାୟାଳୟର ସମନ୍ୱୟ ଭାଷା ଭାବେ ହିନ୍ଦୀ ଭାଷାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ, ସୁତରାଂ ଅନ୍ୟ ରାଜ୍ୟରେ ଦରକାର ବେଳେ ଓଡ଼ିଆ ଅଧିବକ୍ତାମାନେ ସେଠାରେ ମଧ୍ୟ ନିଜ ମହକିଲଙ୍କ ବାଦ ଭଲ ଭାବେ ଉପସ୍ଥାପନା କରିବାରେ ସକ୍ଷମ ହେବେ । ଭାରତୀୟ ଭାଷା ଆନ୍ଦୋଳନ ଓଡ଼ିଶା ଦ୍ୱାରା ପ୍ରଥମ କରି ରାଷ୍ଟ୍ରୀୟ ରାଜ ଭାଷା କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ କରିବା ପଛରେ ରାଷ୍ଟ୍ରିୟ ମହିଳା ଯୁଗ୍ମ ଅଧ୍ୟକ୍ଷ ଶ୍ରୀମତୀ ପ୍ରତିଭା ବର୍ମା ନିଜ ବକ୍ତବ୍ୟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ୱଭାଷା ପ୍ରତି ଜୋର ଦେବା ଓ ଏ ନେଇ ଭାରତୀୟ ଭାଷା ଆନ୍ଦୋଳନ ଦେଶ ବ୍ୟାପି ଜାରି ରଖିଥିବା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ବିରାଙ୍ଗନା ଯାତ୍ରା ଓ ଜନତାଙ୍କୁ ନ୍ୟାୟ ଜନତାଙ୍କ ଭାଷାରେ ଓ ରାଜ୍ୟ ଦେଶର ସମନ୍ୱୟ ଭାଷାକୁ ଆଖି ଆଗରେ ରଖି ଆମେ ଓଡ଼ିଆ ଭାଷା ସହ ହିନ୍ଦୀ ଭାଷାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ରାଜ୍ୟ ସଭାପତି ଶ୍ରୀମତୀ ସୁଦଶା ପଣ୍ଡା ହିନ୍ଦୀ ଦିବସ କାର୍ଯ୍ୟକ୍ରମ ଉପରେ ନିଜର ଦୃଢ଼ୋକ୍ତି ପ୍ରକାଶ କରିବା ସହ ରାଜ୍ୟର ଅନେକ ଅଧିବକ୍ତା ଓଡ଼ିଆରେ ଓକିଲାତି କରୁଥିବା ତଥା ଓଡ଼ିଶାର ବରିଷ୍ଠ ଅଧିବକ୍ତାଗଣଙ୍କ ଓଡ଼ିଆ ଜାତି ଓ ସାଧାରଣ ଜନତାଙ୍କ ପ୍ରତି ଥିବା ସମର୍ପଣ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟ ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗୁରୁ କଲ୍ୟାଣ ମହାପାତ୍ର, ଶ୍ରୀଯୁକ୍ତ ଉଦୟନ୍ ସୁପକାର, ଭାରତୀୟ ଭାଷା ଆନ୍ଦୋଳନ ପ୍ରଦେଶ ଆବାସ କଲ୍ୟାଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିତ୍ରଭାନୁ ମହାପାତ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ ମହାନ୍ତି, ବରିଷ୍ଠ ଅଧିବକ୍ତା ତଥା ଭୁବନେଶ୍ୱର ଜିଲ୍ଲା ଓକିଲ ସଂଘ ପୂର୍ବ ଉପସଭାପତି ଶ୍ରୀଯୁକ୍ତ ଶିଳଭଦ୍ର ଶାସ୍ତ୍ରୀ, ସଂଗଠନର ପ୍ରଦେଶ ମହିଳା ନେତୃତ୍ୱ ଶ୍ରୀମତୀ ଜ୍ୟୋତି ପଣ୍ଡା ଶ୍ରୀମତୀ ସଙ୍ଗିତା ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଜିତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ଓ ମାନସ ମନ୍ଥନ ବରିଷ୍ଠ ନେତୃତ୍ୱ ତଥା ଭାରତୀୟ ଶିକ୍ଷଣ ମଣ୍ଡଳ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ କରିଥିଲେ ।