କଟକ ସଦର ,୧୭/୦୯/୨୦୨୨ (ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟା ଦୂରିକରଣ ପାଇଁ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଵେଳେ ୫୫ ନମ୍ଵର ଜାତୀୟ ରାଜପଥ କଡ଼ରେ ଥିବା କନ୍ଦରପୁର ଥାନା ଏଥିରୁ ଵାଦ ପଡ଼ିଥିବାରୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି।ଏହାକୁ ଦୃଷ୍ଟିରେ ରଖି “କଟକ ସଦର ବିଚାର ମଞ୍ଚ” ଏଥିପାଇଁ ଦାଵି ଯୋରଦାର କରିଛି। ସୂଚନାଯୋଗ୍ୟ ଯେ କନ୍ଦରପୁର ତ୍ରିଛକି ଵଜାର ଦେଇ ପ୍ରତ୍ୟୟ କଟକ, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡ଼ା ଅଞ୍ଚଳର ଅପରାଧୀମାନେ ଅପରାଧ ଘଟାଇ କିମ୍ବା ଅପରାଧ ପାଇଁ ଯାତାୟତ କରିଥାନ୍ତି।ଏମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ସିସିଟିଭି କ୍ୟାମେରା ର ଯଥେଷ୍ଟ ଗୁରୁତ୍ବ ରହିଛି। ସେଥିରେ ମଧ୍ୟ ରାସ୍ତାର ତିନି ଦିଗରୁ ଯାତାୟତ କରୁଥିବା ଗାଡିମଟର ପାଇଁ ଦେଖାଦେଉଥିବା ଟ୍ରାଫିକ ସମସ୍ୟାରେ ସୁଧାର ଆସିପାରିଵ।ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଦୃଷ୍ଟିରୁ କନ୍ଦରପୁର ତ୍ରିଛକି ଵଜାରରେ ସିସିଟିଭି କ୍ୟାମେରା ଲଗାଇଵାକୁ କଟକ ଡିସିପି ପିନାକ ମିଶ୍ରଙ୍କ ଉଦେଶ୍ୟରେ ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ଆଜି (ଶନିବାର) କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।