Thursday , September 29 2022
Home / କୃଷି / ସିଫାକୁ ସର୍ବୋତ ଉତ୍କୃଷ୍ଟ ଅନୁଷ୍ଠାନ ପୁରସ୍କାର

ସିଫାକୁ ସର୍ବୋତ ଉତ୍କୃଷ୍ଟ ଅନୁଷ୍ଠାନ ପୁରସ୍କାର

ନୂଆଦିଲ୍ଲୀ /ଭୁବନେଶ୍ୱର,୧୬/୦୯/୨୦୨୨(ଓଡ଼ିଶା ସମାଚାର)-ନୂଆଦିଲ୍ଲୀସ୍ଥିତ ଆଉଟ୍ ଲୁକ୍ ଏଗ୍ରିଟେକ୍ ସମିଟ୍ ଓ ସ୍ୱରାଜ ଆୱାର୍ଡ – ୨୦୨୨ ପ୍ରଦାନ ଅବସରରେ କୌଶଲ୍ୟାଗଂଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା)କୁ ସର୍ବୋତ ଉତ୍କୃଷ୍ଟ ଅନୁଷ୍ଠାନ (ଆଉଟ୍ ଷ୍ଟାଣ୍ଡିଂ ଇନଷ୍ଟିଚୁ୍ୟଟ୍) ପୁରସ୍କାର ପ୍ରଦାନ କରାଯାଇଛି । ଏଥିନିମନ୍ତେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ରସିଂ ତୋମାର ଉକ୍ତ ପୁରସ୍କାର ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ସିଫାର ସଫଳ ଏବଂ ଉଚ୍ଚତର ଗବେଷଣା ଯୋଗୁଁ ଅନୁବଂଶୀୟ ଉନ୍ନତ ଜୟନ୍ତୀ ରୋହି, ଭାକୁର ମାଛ, ମଧୁରଜଳ ଚିଙ୍ଗୁଡ଼ି(ଜିଆଇସ୍କାମ୍ପି) ଓ ରଂଗୀନ ମାଛ ସାଇନିଂବାର୍ବର ଉଦଭାବନ ପାଇଁ କୃଷକମାନେ ସେମାନଙ୍କର ରୋଜଗାରକୁ ଦ୍ୱିଗୁଣିତ କରିପାରୁଛନ୍ତି । ଏଥି ସହିତ ସିଫାରେ କୃଷକ, ଅଂଶୀଦାର ଏବଂ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଆଧୁନିକ ପ୍ରଶିକ୍ଷଣ ପ୍ରଦାନ କରିବାସହ ବିଭିନ୍ନ ଆଉଟ୍ ରିଚ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଜଳଜୀବ ପାଳନ ପାଇଁ ପ୍ରୋତ୍ସାହିତ କରାଯାଉଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଏବଂ ବିଦେଶର ନୀତି ନିର୍ଦ୍ଧାରକ, ବୁଦ୍ଧିଜୀବି ଏବଂ ରାଜନୈତିକ ବ୍ୟକ୍ତିବିଶେଷ କୃଷି ଓ ବୈଷୟିକ କମ୍ପାନୀ ମିଳିତଭାବରେ ବିଚାର କରି ସର୍ବୋତ ଉତ୍କୃଷ୍ଟ ଅନୁଷ୍ଠାନକୁ ବାଛିଥାନ୍ତି ।ସ୍ୱରାଜ ଗ୍ରୁପ ଓ ଆଉଟ୍ ଲୁକ୍ ପତ୍ରିକା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେନଫେଡ୍ ଏରିଆ ଅଥରିଟିର ସିଇଓ ଡଃ ଅଶୋକ ଦଲୱାଇ, ନେସନାଲ ପ୍ରଡକ୍ଟିଭିଟି କାଉନସିଲର ମହାନିର୍ଦ୍ଧେଶକ ସନ୍ଦିପ୍ ନାୟକ, ସ୍ୱରାଜ ଇଣ୍ଡିଆ ସିଇଓ ହରିଶ୍ ଚଭନ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.