“ପଦାର୍ଥ ବିଜ୍ଞାନରେ ନୂତନ ଜ୍ଞାନ ର ଅନୁସନ୍ଧାନ ” ଶୀର୍ଷକ ଏହି ଆଲୋଚନା
ବ୍ୟାସନଗର,୧୬/୦୯/୨୦୨୨(ଓଡ଼ିଶା ସମାଚାର)-ଆଜି ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ପାଠ୍ୟଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । “ପଦାର୍ଥ ବିଜ୍ଞାନରେ ନୂତନ ଜ୍ଞାନ ର ଅନୁସନ୍ଧାନ ” ଶୀର୍ଷକ ଏହି ଆଲୋଚନା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର କୁଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ରଥ ତାଙ୍କ ବକ୍ତବ୍ୟରେ ପଦାର୍ଥ ବିଜ୍ଞାନରେ ନୂତନ ଜ୍ଞାନ ର ଆବିଷ୍କାର ଦ୍ଵାରା ସମାଜ ରେ କି ପ୍ରକାର ପ୍ରଭାବ ପଡ଼ିବ ସେ ବିଷୟ ରେ ଏକ ବିସ୍ତ୍ରୁତ ଆଲୋଚନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ମୋହନ ଚରଣ ଦାସ ଯୋଗ ଦେଇ ଅତି ଉତ୍କୃ୍ଟ ପରିବହନ ଶକ୍ତି ଥିବା ଧାତୁ ବିଷୟ ରେ ବକ୍ତବ୍ୟ ରଖିଥିଲେ,ନୂତନ ଆବିଷ୍କାର ଦ୍ଵାରା ମାନବ ସମାଜର ଲାଭ କିପରି ହେବ ସେ ବିଷୟ ରେ ମତାମତ ରଖିଥିଲେ। ଅନ୍ୟତମ ବକ୍ତା ଭାବେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଅମୂଲ୍ୟ କୃଷ୍ଣ ପାଢ଼ୀ ଯୋଗ ଦେଇ ପଦାର୍ଥ ବିଜ୍ଞାନ ଓ ସଂସ୍କୃତ ର ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ, ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେମନଷ୍ଟ୍ରେଟର ଶ୍ରୀ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ । ସଭା ପରିଚାଳନା ରେ ଅଧ୍ୟାପକ ଶ୍ରୀ ରାଧିକା ରଞ୍ଜନ କାନୁନଗୋ ସହଯୋଗ କରିଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ର ପ୍ରଧ୍ୟାପିକା ଶ୍ରୀମତୀ ମମତା ସାମଲ, ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଏବଂ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ରାଉତ ଙ୍କ ସମେତ ମହାବିଦ୍ୟାଳୟ ର ବହୁ ଅଧ୍ୟାପକ ଏବଂ ଅଧ୍ୟାପିକା ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।