ରାୟଗଡ଼ା, ୧୬/୦୯/୨୦୨୨ (ଓଡ଼ିଶା ସମାଚାର)- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଗେଟ୍ ଭାଙ୍ଗିଯିବାରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଉଛନ୍ତି ୫ମ ଶ୍ରେଣୀ ର ଆହୁତୀ ଶବର। ସୁଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ କେତେଜଣ ପିଲା ପରିଶ୍ରା ଯିବା ସମୟରେ ହଠାତ୍ ସ୍କୁଲର ପାଚୋରୀ ଗେଟ୍ ସେମାନଙ୍କ ଉପରେ ପଡିଯାଇଥିଲା। ଏଥିରେ ଆହୁତୀ ଗୁରୁତର ଆହତ ହୋଇଥିଲା। ତେଣୁ ଆହୁତୀଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆହୁତୀଙ୍କ ମୃତ୍ୟୁ ଘଟିଥିଲା।