ଝାରସୁଗୁଡ଼ା,୧୬/୦୯/୨୦୨୨(ଓଡ଼ିଶା ସମାଚାର)-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସରରେ ଏକ ବସ୍ ସହିତ ଟ୍ରକ୍ ର ମୁହାଁମୁହିଁ ଧକା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଅ୍ରାହତ ହୋଇଛନ୍ତି । ଆହତ ମାନଙ୍କୁ ଝାସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକ ମାନଙ୍କ ପରିଚୟ ମିଳିନାହିଁ । ତେବେ ଜେଏସଡ଼ବ୍ଲ୍ରୁର କର୍ମଚାରୀ ମାନଙ୍କୁ ନେଇ ଝାରସୁଗୁଡ଼ା ଯାଇଥିବା ବସ ଓ ଏକ ଟ୍ରକ୍ ମୁହାଁମୁହିଁ ଧକା ହୋଇଥିଲା । ଝାରସୁଗୁଡ଼ା ପୋଲିସ ଦୂର୍ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର