Monday , June 5 2023
Breaking News
Home / ବିଶେଷ / କିଶୋର ଭାଇନା ମଟନ ଦୋକାନ ଉପରେ ବୁଲ ଡ଼ୋଜର ଗଡ଼ିଲା

କିଶୋର ଭାଇନା ମଟନ ଦୋକାନ ଉପରେ ବୁଲ ଡ଼ୋଜର ଗଡ଼ିଲା

ଭୁବନେଶ୍ୱର,୧୬/୦୯/୨୦୨୨(ଓଡ଼ିଶା ସମାଚାର)- କିଶୋର ଭାଇନା ମଟନ ଦୋକାନ ଉପରେ ବୁଲ ଡ଼ୋଜର ଗଡ଼ିଲା ।
ମାଟିରେ ମିଶିଲା କିଶୋର ଭାଇନା ମଟନ୍ ଦୋକାନ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ର କାର୍ୟ୍ୟାନୁଷ୍ଠାନ । କିଶୋର ଭାଇନା ମଟନ ଦୋକାନ ବିଏମସି ପକ୍ଷରୁ ସିଲ୍ କରାଯାଇଥିଲେ ବି ପୁଣି ଖୋଲିଥିଲା ତାଙ୍କ ମଟନ୍ ଦୋକାନ । ଗତ ବୁଧବାର ବିଏମସି ପକ୍ଷରୁ କିୋାର ଭାଇନା ଙ୍କ ମଟନ ଦୋକାନ ସିଲ୍ କରାଯାଇଥିଲା । ହେଲେ ପୁଣି ଗୁରୁବାର ସେ ଦୋକାନ ଖୋଲିଥିଲେ । ଆଜି ବିଏମସି ପକ୍ଷରୁ ବୁଲ ଡ଼ୋଜର ଲଗାଇ ଦୋକାନକୁ ଭାଙ୍ଗିଦିଆଇଛି ।
ଉଲେଖଯୋଗ୍ୟ କି ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ଚଢଉ କରିଥିଲା । ଦୋକାନର ଫୁଡ୍ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଥିଲା ବିଭାଗ । ଅଭିଯୋଗ ଥିଲା ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ହୋଇଥିଲା ଚଢାଉ । ଏହାସହ ଦହିବରା ଆଳୁଦମ୍ ଦୋକାନ ପାଇଁ ଫୁଡ଼ ଲାଇସେନ୍ସ ଥିବାବେଳେ ସରକାରୀ ଜାଗା ଅବରୋଧ କରି ସେ ସେଠାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିଲେ । ବିଏମସି କୁ ଠକୁଥିଲେ । ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ ଥିଲା । ଡ୍ରେନ୍ ପାଖରେ ଥିଲା ଏହି ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍ କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଥିଲା ।
ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ଏହାସହ ଫୁଡ୍ ଲାଇସେନ୍ସକୁ ବିଏମସି ବାତିଲ କରିଥିଲା । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଲାଇସେନ୍ସ ବାତିଲ କରିବା ପରେ ବି ପୁଣି ଗୁରୁବାର ହୋଟେଲ ଖୋଲି ଖାଦ୍ୟ ବିକ୍ରି ହୋଇଥିଲା । ଯାହାକୁ ନେଇ ବିଏମସି ଶୁକ୍ରବାର ଏଭଳି ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.