Thursday , June 1 2023
Breaking News
Home / ବିଶେଷ / କାଶତଣ୍ଡୀ ଫୁଲର ଚାମର ସ୍ପର୍ଶ ରେ ଧରାବତରଣ କରିବେ  ମା ଦଶଭୁଜା ଦୁର୍ଗା

କାଶତଣ୍ଡୀ ଫୁଲର ଚାମର ସ୍ପର୍ଶ ରେ ଧରାବତରଣ କରିବେ  ମା ଦଶଭୁଜା ଦୁର୍ଗା

ନିଶ୍ଚିନ୍ତକୋଇଲି, ୧୬/୦୯/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା)- ନିର୍ମଳ ଆକାଶରେ ଭସା  ବାଦଲର ଛାୟା ରେ  ନାଚି ନାଚି, ଶରତ ଋତୁ ସାଙ୍ଗରେ, ଶାରଦୀୟ ସମ୍ଭାର ନେଇଆସେ  ପାର୍ବଣର ସଜବାଜ  । ସତେ ଯେମିତ  ମା ଦଶଭୁଜା  ଦୁର୍ଗା ଙ୍କୁ ଆମନ୍ତ୍ରଣ କରିଥାଏ । ଧରିତ୍ରୀ ମାତା ର ବକ୍ଷ କୁ ଢାଙ୍କିଦେଇଥାଏ  ଧବଳ ଚାଦରରେ ଏଇ  କାଶତଣ୍ଡିର ରୁପସୀ  ରାଣୀ । କାଶତଣ୍ଡୀ ଫୁଲ ସବୁ ଶରତ ଋତୁ ର ସୁଲୁସୁଲିଆ ସମୀରଣ ରେ ଦୋଳି ଖେଳିଖେଳି  ମା ଦୁର୍ଗାଙ୍କୁ ସ୍ୱାଗତ କରିଥାନ୍ତି । କାଶତଣ୍ଡୀ ଫୁଲ ପ୍ରକୃତି ର ଏକ ଅନବଦ୍ୟ ସୃଷ୍ଟି । ଶରତ ଆସିଲେ ରାସ୍ତା କଡ଼ ନଈ ପଠା ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡୀ ର ସମ୍ଭାର । କୁହାଯାଏ କାଶତଣ୍ଡୀ ଫୁଲର ଚାମର ସ୍ପର୍ଶ ରେ ଧରାବତରଣ କରନ୍ତି ମା ଦଶଭୁଜା ଦୁର୍ଗା । ମା ଙ୍କ ଆଗମନ ରେ ଧୋବ ଫର ଫର ଚାଦର ରେ ଧରଣୀ ର ଶୋଭା ମଣ୍ଡନ କରୁଥିବା କାଶତଣ୍ଡୀ କୁ ଦେଖିଲେ କବି ମନ ମଧ୍ୟ ଉତ୍ ଫୁଲିତ ହୋଇଉଠେ ଏବଂ କବି ଲେଖନୀ ରୁ ଆପେ ଆପେ ଝରି ପଡେ  କବିତାର ନିର୍ଝରିଣୀ   । କଟକ ଜିଲ୍ଲାର  ମହାନଦୀ ଓ ଚିତ୍ରୋତ୍ପଳା ନଦୀ ପଠା ଓ ପାର୍ଶ୍ୱବର୍ତ୍ତୀସ୍ଥାନ ରେ ଦୃଶ୍ୟମାନହୋଇଥାଏ  କାଶତଣ୍ଡୀ ର ସମ୍ଭାର  ।  ଏହା  ଯେମିତି  ଓଡ଼ିଆ ସାହିତ୍ୟ ଓ  ସଂସ୍କୃତି ସହ ଓତପ୍ରୋତ  ଭାବେ ଜଡିତ । ରେଖାପଞ୍ଚମୀ ରେ କାଶତଣ୍ଡୀ ଫୁଲ ର ବେଣୀ,  ଘର କବାଟରେ ବାନ୍ଧି ପୂଜା କରାଯିବାର ପରମ୍ପରା  ଅଛି ।  ଶରତ ଋତୁ ର ଆଗମନ ରେ  ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ ଭାବେ କାଶତଣ୍ଡୀ ଫୁଲ ଜନମାନସ କୁ  ବିମୋହିତ କରିଥାଏ ।

Leave a Reply

Your email address will not be published.