Monday , June 5 2023
Breaking News
Home / ଶିକ୍ଷା / ଏଣ୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ

ଏଣ୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ

କେନ୍ଦ୍ରାପଡା, ୧୬/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଏଣ୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କଂସାର ଗ୍ରାମପଂଚାୟତର ସରପଂଚ ସରୋଜିନୀ ନାୟକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପରିଡା, ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି ମାନସ କୁମାର ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଓ ମୋଜା ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ଦେବେନ୍ଦ୍ର ଜେନା, ମାନସୀ ଜେନା, ନିର୍ମଳା ଜେନା, ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପରିଡା, ଶିକ୍ଷକ ଅରୂପାନନ୍ଦ ରାଉତରାୟ, ଜୀତେନ୍ଦ୍ର ପ୍ରସାଦ ତ୍ରିପାଠୀ, ସୁନାକର ବେହେରା, ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.