Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଅତିରିକ୍ତ ଦେବୋତର କମିଶନରଙ୍କ ଗୋରଖନାଥ ପରିଦର୍ଶନ

ଅତିରିକ୍ତ ଦେବୋତର କମିଶନରଙ୍କ ଗୋରଖନାଥ ପରିଦର୍ଶନ

ରଘୁନାଥପୁର, ୧୬/୦୯/୨୦୨୨(ଓଡ଼ିଶା ସମାଚାର)-ଅତିରିକ୍ତ ଦେବୋତର କମିଶନର ସଂଜୟ କୁମାର ଶୁଭଦ୍ରତ ଆଚାର୍ଯ୍ୟ ଆଜି ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ମନ୍ଦିସର ପରିଦର୍ଶନରେ ଆସି ମନ୍ଦିର ପରିସର ବୁଲି ଦେଖିଛନ୍ତି । ମନ୍ଦିରର ଚତୁପାଶ୍ୱର୍ ବୁଲି ଦେଖିବା ସହିତ ନୀତି ରୋଷଘର, ଭୋଗ ଦୀପ ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର , ପୁଷ୍କରିଣି ଦେଖିବା ସହିତ ମନ୍ଦିର କାର୍ଯ୍ୟାଳୟରେ ଥିବା ବିଭିନ୍ନ ରସିଦ ବହି, ରେଜିଷ୍ଟର, ଆୟ ବ୍ୟୟ ହିସାବ ତଦାରଖ କରିଥିଲେ । ଗତ ଲଗାଣ ବର୍ଷାରେ ଅନ୍ୟୁନ ୪ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ଭୋଗ ଓ ଦୀପ ନଷ୍ଟ ହୋଇଥିବା ନିଲାମ ଧାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ମନ୍ଦିରର ମୁଖ୍ୟ ପୂଜକ ଦିଲିପ କୁମାର ପଣ୍ଡା ଓ ଜ୍ଞାନ ରଂଜନ ପଣ୍ଡା ସେବାୟତ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅତିରିକ୍ତ କମିଶନରଙ୍କୁ ଅବଗତ କରାଇଥିଲେ । ଜଗତସିଂହପୁର ଜିଲାପାଳଙ୍କ ତତ୍ୱାବଧାନରେ ହେବାକୁ ଥିବା ମନ୍ଦିରର ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ ପରେ ମନ୍ଦିରକୁ ଅତିରିକ୍ତ କମିଶନରଙ୍କ ଆଗମନ ଭକ୍ତ, ଶ୍ରଦ୍ଧାଳୁ ଓ ଅଂଚଳବାସୀଙ୍କ ମନରେ ଆଶ୍ୱାସନା ଭରି ଦେଇଛି । ଏହି ପରିଦର୍ଶନ କାଳରେ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା, ଏଣ୍ଡାଉମେଂଟ ଇନ୍ସିପେକ୍ଟର ପ୍ରଦୀପ୍ତ ସାହୁ, ମନ୍ଦିର ଉପଦେଷ୍ଟା କମିଟିର ସଭ୍ୟ ସୁଶାନ୍ତ କୁମାର ଦାସ, ସୁରେନ୍ଦ୍ର ସ୍ୱାଇଁ, ନିଲାମଧାରୀ ଗୋଲକ ଚନ୍ଦ୍ର ସାହୁ, କର୍ମଚାରୀ ସରୋଜ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.