Saturday , June 10 2023
Breaking News
Home / ସ୍ୱାସ୍ଥ୍ୟ / ରାଜଧାନୀରେ ଡ଼େଙ୍ଗୁ ଭୟ

ରାଜଧାନୀରେ ଡ଼େଙ୍ଗୁ ଭୟ

ଭୁବନେଶ୍ୱର,୧୫/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍ କଲାଣି । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ ଓ ଭୁବନେଶ୍ୱରଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି । ଯାହାକୁ ନେଇ ରାଜଧାନୀରେ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.