Wednesday , May 31 2023
Breaking News
Home / ବିଶେଷ / ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋଲାମୁଣ୍ଡା,୧୫/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଗୋଲାମୁଣ୍ଡା ଥାନା ଅଧିନ ଦସପୁର ଫାଣ୍ଡି ଅଞ୍ଚଳର ବୋରଗୁମା ଗ୍ରାମରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଇଥିବା ଜଣାପଡିଛି ।ସେ ସ୍ଥାନୀୟ ବୋରଗୁମା ଗ୍ରାମର ତୋଫାନ ବାରିକଙ୍କ ବଡ ପୁଅ ଅନ୍ତର୍ୟ୍ୟାମୀ ବାରିକ ବୋଲି (୩୨) ବୋଲି ଜଣାପଡିଛି। ପରିବାର ପକ୍ଷରୁ ଜଣାଯାଏ ଗତ ରବିବାର ରାତ୍ରିରେ ସେ ଘରୁ କୁଆଡେ ଚାଲି ଯାଇଥିଲା। ତାଙ୍କୁ ପରିବାର ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ପରେ କିଛି ଗାଈ ଚରାଳି ଗାଈ ଚରାଇବା ପାଇଁ ଯାଇଥିବା ବେଳେ ମଝିରେ ଏକ ବିଲ ହୁଡା ଉପରେ ରହିଥିବା ପଲସା ଗଛରେ ଗୋଟିଏ ଯୁବକ ର ମୃତଦେହ ଦେଖିବାକୁ ପାଇ ଗାଁରେ ଖବର ଦେଇଥିଲେ। ଏନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଁଛି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ବୋଲି ଜଣାପଡିଛି। ପରିବାର ସୂତ୍ରରୁ ଜଣାଯାଏ ତାଙ୍କ ପୁଅ ଦୀର୍ଘ ଦିନରୁ ମଦ ସେବନ କରୁଥିଲେ ।ସେନେଇ ତାଙ୍କ ବିଚାର ଶକ୍ତି ମଧ୍ୟ ଠିକ ରହୁନ ଥିଲା ବୋଲି ତାଙ୍କ ବାପା ଗଣମାଧ୍ୟମ ଯୋଗେ କହିଛନ୍ତି। ତେବେ ଘଟଣା କୁନେଇ ତାଙ୍କ ବାପା କାହାକୁ ସନ୍ଦେହ କରୁନ ଥିବା ପ୍ରକାଶ କରିଛନ୍ତି। ପୋଲିସ ତଦନ୍ତ ପରେହିଁ ସବୁକିଛି ଜଣା ପଡିବ ବୋଲି କୁହାଯାଏ।ଘଟଣା ସ୍ଥଳରେ ଦସପୁର ଫାଣ୍ଡି ଅଧିକାରୀ ସାଇଣ୍ଟିଫିକ ଟିମ ଉପସ୍ଥିତ ଥିବା ଜଣାପଡିଛି।

Leave a Reply

Your email address will not be published.