ନିଶ୍ଚିନ୍ତକୋଇଲି, ୧୫/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) ବହୁ ଚର୍ଚ୍ଚିତ ମେଧାବୀ କଲେଜ ଛାତ୍ରୀ ମନୀଷା ଦାଶ ଆତ୍ମହତ୍ୟା ଘଟଣା ର ୧୫ ଦିନ ପରେ ମଧ୍ୟ ମୃତକ ଙ୍କ ପରିବାର କୁ ପୋଲିସ ଉଚିତ୍ ନ୍ୟାୟ ଦେବାରେ ବିଫଳ ହେତୁ ମୃତ କଲେଜ୍ ଛାତ୍ରୀ ଙ୍କ ପରିବାର କ୍ରାଇମବ୍ରାଞ୍ଚ ର ଦ୍ବାରସ୍ଥହୋଇଛନ୍ତି ।ବିବରଣୀ ରୁ ପ୍ରକାଶ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତର କାଳିଦାସ ଗାଁ ରେ ଗତ ଅଗଷ୍ଟ ମାସ ୩୦ ତାରିଖ ସଂଧ୍ୟାରେ ପ୍ରେମରେ ଧୋକା ପାଇ ମନିଷା ଆତ୍ମହତ୍ୟା ଘଟଣାରେ ଏବେ ନୂଆ ମୋଡ଼ ଆସିଛି । ନିଶ୍ଚିନ୍ତକୋଇଲି ପୋଲିସ ର କଛପ ଗତିରେ ତଦନ୍ତ ବିରୋଧ ରେ ଉଚିତ୍ ନ୍ୟାୟ ପାଇବାକୁ କ୍ରାଇମବ୍ରାଞ୍ଚ ର ଦ୍ବାରସ୍ଥ ହୋଇଛନ୍ତି ମୃତକା କଲେଜ୍ ଛାତ୍ରୀ ଙ୍କ ପରିବାର ଲୋକେ।
ଘଟଣା ଦିନ ଅର୍ଥାତ୍ ଗତ ଅଗଷ୍ଟ ମାସ ୩୦ ତାରିଖ ରେ ମୃତକା ଛାତ୍ରୀ ଙ୍କ ମା’ ଡଲିବାଳା ଦାଶ ନିଶ୍ଚିନ୍ତକୋଇଲି ଥାନା ରେ ଏତଲା ଦେଇଥିଲେ ସୁଦ୍ଧା ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳକୁ ଆସିଥିଲା ୯ ଦିନ ପରେ। ପ୍ରକାଶ ଥାଉକି ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୯/୧୦ କିଲୋମିଟର ଦୂର ରାସ୍ତା କୁ ପୋଲିସ ଆସିବାକୁ ଲାଗିଲା ୯ ଦିନ । ଆଉ ସେକ୍ ହସନ୍ ନାମକ ଜଣେ ଯୁବକ କୁ ବାନ୍ଧି କାମ ସାରିଦେଲା ନିଶ୍ଚିନ୍ତକୋଇଲି ପୋଲିସ। ମୃତକା ଙ୍କ ମା’ ଡଲିବାଳା ଦାଶ ଙ୍କ ପକ୍ଷରୁ ଏହି ଆତ୍ମହତ୍ୟା ରେ ଏକାଧିକ ବ୍ୟକ୍ତି ଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ଥରୁଟିଏ ଅନ୍ୟ ମାନଙ୍କ ପାଖ ମାଡିଲାନି ନିଶ୍ଚିନ୍ତକୋଇଲି ଥାନା ପୋଲିସ। ତେଣୁ ନିଶ୍ଚିନ୍ତକୋଇଲି ପୋଲିସ ର ନିରପେକ୍ଷ ଓ କୋହଳ ମନୋବୃତ୍ତି ତଦନ୍ତ ରେ ମୃତକା ଙ୍କ ପରିବାର ଭରଷା ନପାଇ କ୍ରାଇମବ୍ରାଞ୍ଚ ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା, ଗୃହ ସଚିବ ଓଡ଼ିଶା, 5T ସଚିବ ଓଡ଼ିଶା ଏବଂ ପୋଲିସ ଡ଼ିଜି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।