ଗରଦପୁର, ୧୫/୦୯/୨୦୨୨(ଓଡ଼ିଶା ସମାଚାର)- ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତର ସଠିଲୋ, ଶିଶୁଆ , ସଲାର ଓ ହୁରାସାହି ଗ୍ରାମର ବନ୍ୟା ପିଡ଼ିତଙ୍କୁ ସାମିକ ସଂସ୍ଥା ଗ୍ରାମ ଉତଥାନ ପକ୍ଷରୁ ରିଲିଫ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଉପସ୍ଥିତ ରହି ପିଡ଼ିତ ଗ୍ରାମବାସୀ ମାନଙ୍କୁ ରିଲିଫ ପ୍ରଦାନ କରିଥିଲେ । ତେବେ ପିଡ଼ିତ ମାନଙ୍କୁ ଅଟା, ଖାଇବା ତେଲ, ଡ଼ାଲି, ଆଳୁ, ଚୁଡ଼ା, ମହମବତୀ , ଦିଆସିଲି ସମେତ ସାବୁନ ଓ ମହିଳା ମାନଙ୍କ ନିମନ୍ତେ ସେପ୍ଟି ନାପକିନ୍ ପ୍ରଦାନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବଙ୍ଗାଳପୁର ପଂଚାୟତର ସମିତି ସଭ୍ୟା ମହେଶ୍ୱତା ସାମଲ, ବନ୍ତଳା ପଂଚାୟତର ସମିତି ସଭ୍ୟ ବ୍ରଜ କିଶୋର ସାହୁ , ପ୍ରତାପ ସ୍ୱାଇଁ, ରମାକାନ୍ତ ବେହେରା, ଗ୍ରାମ ଉତ୍ଥାନର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର