ନବରଙ୍ଗପୁର, ୧୫/୦୯/୨୦୨୨(ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ ଜଣେ ଅଜଣା ଯୁବକଙ୍କୁ ଗୁଳିମାଡ଼ ହୋଇଛି । ରାଇଘର ଠାରୁ ସୋନପୁର ରାସ୍ତାରେ ଯୁବକ ଜଣକ ବାଇକ୍ ରେ ଯାଉଥିବାବେଳେ ତାଙ୍କୁ ଗୁଳି କରଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇଘର ପୋଲିସ ତାଙ୍କୁ ଉଦ୍ଧାର କରି ରାଇଘର ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ ।