Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ହବିଷ୍ୟାଳିଙ୍କ ପୁରୀ ରହଣି ପାଇଁ ଦରଖାସ୍ତ ଆହ୍ୱାନ

ହବିଷ୍ୟାଳିଙ୍କ ପୁରୀ ରହଣି ପାଇଁ ଦରଖାସ୍ତ ଆହ୍ୱାନ

କେନ୍ଦ୍ରାପଡ଼ା, ୧୪/୦୯/୨୦୨୨(ଓଡ଼ିଶା ସମାଚାର)- କାର୍ତିକ ମାସରେ ଜଗନ୍ନାଥଙ୍କ ଦର୍ଶନ ଓ କରୁଣା ଲାଭ ଉଦ୍ଧେଶ୍ୟରେ ହବିଷ୍ୟାଳି ମାନଙ୍କ ପାଇଁ ଅକ୍ଟୋବର ୧୦ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ପୁରୀରେ ମାଗଣା ରହିବା ଓ ଖାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଚଳିତ ବର୍ଷ କର୍ତିକ ମାସରେ କାର୍ତିକ ବ୍ରତ ପାଇଁ ହବିଷ୍ୟାଳିମାନେ ପୁରୀରେ ମାଗଣା ରହିବା ଓ ଖାଇବା ସହିତ ଶଯ୍ୟା, ବେଡସିଟ, କମ୍ବଳ, ତକିଆ, ସ୍ୱଚ୍ଛ ପାନୀୟ ଜଳ, ମେଡିକାଲ ସୁବିଧା ତଥା ଅନାନ୍ୟ ମୌଳିକ ସୁବିଧା ପାଇପାରିବେ ବୋଲି ପୁରୀ ଜିଲ୍ଲାପାଳ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ହବିଷ୍ୟାଳିମାନେ ଚଳିତ ବର୍ଷ ୧୩ ସପ୍ଟେମ୍ବର ଠାରୁ ୨୯ସେପ୍ଟେମ୍ବର ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦାଖଲ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି । ଦରଖାସ୍ତକାରୀ ଉପଯୁକ୍ତ ଭାବେ ଦରଖାସ୍ତ ଫର୍ମ ପୁରଣ କରିବା ସହିତ ଗୋଟିଏ ରଙ୍ଗୀନ ଫଟୋ, ସ୍ଥାୟୀ ଠିକଣା ପାଇଁ ଭୋଟର ବା ଆଧାର କାର୍ଡର ଜେରକ୍ସ କପି ଓ କୋଭିଡ ଡବଲ ଡୋଜର ଟିକା ନେଇଥିବା ସାର୍ଟିଫିକେଟ ଫର୍ମ ସହିତ ସଲଗ୍ନ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଏହାର ସବିଶେଷ ବିବରଣୀ ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ୱେବସାଇଟ୍ ରେ ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.