ବାସୁଦେବପୁର ୧୪/୦୯/୨୦୨୨(ଓଡ଼ିଶା ସମାଚାର)- ବାସୁଦେବପୁର ବତଡ଼ା ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ରୁ ଅଧିକ ସୁନା ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବାସୁଦେବପୁର ବତଡ଼ା ବଜାରରେ ଥିବା ତାରାକାନ୍ତ ସାହୁଙ୍କର କାଶୀଶ୍ୱର ଜୁଏଲାରୀ (ସୁନା ଗହଣା ଦୋକାନ) ରୁ ଲୁଟ୍ ହୋଇଛି । ଆଜି ଦୋକାନ ଖୋଲିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି କେଜିଏ ରୁ ଅଧିକ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେବାସୁଦେବପୁର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର