Thursday , September 29 2022
Home / ବିଶେଷ / ସିଏମସି ମେୟରଙ୍କ ବାଥ୍ ରୁମ୍ ରେ କଵାଟ ଲଗାଇଵାକୁ ଦେଲେ ଡିସିସି ସଭାପତି ମାନସ ଚୈ।ଧୁରୀ

ସିଏମସି ମେୟରଙ୍କ ବାଥ୍ ରୁମ୍ ରେ କଵାଟ ଲଗାଇଵାକୁ ଦେଲେ ଡିସିସି ସଭାପତି ମାନସ ଚୈ।ଧୁରୀ

କଟକ ସଦର ୧୪/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତକାଲି କଟକ ମହାନଗର ନିଗମର ୬ଷ୍ଠ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବିରୋଧୀ କାଉନସିଲର ମାନେ ଆରମ୍ଭରୁ ହୋ ହଲ୍ଲା,ଧାରଣା ଓ କଳା କପଡା ପ୍ରଦର୍ଶନ ପରିସ୍ଥିତିକୁ ସରଗରମ କରିଥିଲା।ମେୟର ପ୍ରତ୍ୟୁତରରେ ‘ ମୋ ବାଥ ରୁମ କଵାଟ ତ ଭଙ୍ଗା ପଡିଛି ମୁଁ ଲଗାଇ ପାରୁନି, ସେଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏତେ ବ୍ୟସ୍ତ କାହିଁକି ‘ ଵୋଲି କହିଥିଲେ। ଏଥିପାଇଁ ଆଜି (ବୁଧବାର) କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୈ।ଧୁରୀ ଏକ କଵାଟ ନେଇ ସିଏମସି କମିଶନର ନିଖିଲ ପୱନ କୁମାର ଭେଟି ପ୍ରଦାନ କରିଵା ସହିତ ମେୟରଙ୍କ ବାଥ୍ ରୁମ୍ ରେ ଲଗାଇବା ପାଇଁ ୫୦୦ ଟଙ୍କା ମଧ୍ୟ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।ଏହା ସହିତ ଏହା କେଵଳ ମେୟରଙ୍କ ପାଇଁ ଟ୍ରେଲର ବୋଲି କହିଵା ସହିତ ଆଗାମୀ ଦିନରେ ରାସ୍ତା ଘାଟରେ ଫିଲ୍ମ ଚାଲିଵ ଵୋଲି କହିଛନ୍ତି।ଏହା ଆଗାମୀ ଦିନରେ କି ପ୍ରଭାବ ପକାଇବ ତାହା ଦେଖିବାକୁ କଟକ ସହରବାସୀ ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published.