ନିରାକାରପୁର, ୧୪/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ର ଜଣେ ବରିଷ୍ଠ ସହଯୋଗୀ ଅକ୍ଷୟ କୁମାର ମଙ୍ଗରାଜଙ୍କ ର ସୋମବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଛି। ତାଙ୍କ ବିୟୋଗ ତାଙ୍କ ପରିବାର ଲୋକ ଙ୍କ ସମେତ ବନ୍ଧୁ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଜଣେ ମେଳାପୀ, ସରଳ ବିଶ୍ୱାସୀ, ଧର୍ମପରାୟଣ ବ୍ୟକ୍ତି ଥିଲେ ଅକ୍ଷୟ। ଦୁଃଖୀ ଦରିଦ୍ର ଙ୍କ ପାଇଁ ତାଙ୍କ ଜୀବନ ସବୁବେଳେ ସମର୍ପଣ ଥିଲା। ସେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ଵ ଜୀବନ ସେବା ସଂଘର ଜଣେ ସକ୍ରିୟ ସଂଯୋଜକ ଥିଲେ। ତାଙ୍କ ମୃତ୍ୟୁ ରେ ସହଯୋଗ ପରିବାର ଜଣେ ବରିଷ୍ଠ ସହଯୋଗୀ କୁ ହରାଇଛି ବୋଲି ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ମତବ୍ୟକ୍ତ କରିଛନ୍ତି।