ଛାତ୍ରଛାତ୍ରୀ ପରିଷ୍କାର ପରିଚ୍ଛନ୍ନ ପାଇଁ ସଚେତନତା ସୃଷ୍ଟି କଲେ
ନିରାକାରପୁର, ୧୪/୦୯/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶନାମା ଜରିଆରେ ସେପ୍ଟେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବ। ସ୍ବଚ୍ଛତା ପଖୱାଡ ଅବସରରେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯିବା ସହିତ ଛାତ୍ରଚ୍ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଆମ ପରିବେଶକୁ ପରିଷ୍କାର ରଖିବାକୁ ବିଭିନ୍ନ ସ୍ଲୋଗାନ ମାନ ଦେଇ ସଚେତନତା ସୃଷ୍ଟି କରିଥଲେ। ମୁଖ୍ୟତଃ କରୋନା ମହାମାରୀର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇ ନଥିବାବେଳେ ସମସ୍ତଙ୍କୁ ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଅଧିକା ସଚେତନତା ସୃଷ୍ଟି କରାଯାଇଥିଲ। । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୋମନାଥ ବେହେରା, ଶିକ୍ଷକ ପବିତ୍ର ମୋହନ ଭୋଇ, ଚରଣ ସେଠୀ, ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରଣତୀ ମଙ୍ଗରାଜ, ପ୍ରଣତୀ ବେହେରା, ଶିକ୍ଷକ ସୁରେଶ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ମଳୟ ମଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ।