Wednesday , May 31 2023
Home / ବିଶେଷ / ଭୁବନେଶ୍ୱର ଗାନ୍ଧୀ ପଣ୍ଡିତ ରଘୁନାଥଙ୍କ ଶ୍ରଦ୍ଧୋତ୍ସବ

ଭୁବନେଶ୍ୱର ଗାନ୍ଧୀ ପଣ୍ଡିତ ରଘୁନାଥଙ୍କ ଶ୍ରଦ୍ଧୋତ୍ସବ

ଭୁବନେଶ୍ୱର, ୧୪ /୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱର ଗାନ୍ଧୀ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପଣ୍ଡିତ ରଘୁନାଥଙ୍କ ୫୭ତମ ଶ୍ରଦ୍ଧୋତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ରଘୁନାଥ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ପଣ୍ଡିତ ରଘୁନାଥ ବିଦ୍ୟାଳୟ ପରିସରରେ ଆୟାଜିତ କରାଯାଇଥିଲା । ସେ ଜଣେ ଅମ୍ଲାନ ପ୍ରତିଭାର ଅଧିକାରୀ ଥିଲେ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଛାତ୍ର ସଂସଦର ସଭାପତି ଡ଼ ଲିଙ୍ଗରାଜ ସାହୁ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ପଣ୍ଡିତ ରଘୁନାଥଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ସବୁ ବର୍ଗର ଲୋକଙ୍କ ସହଯୋଗ ନିଆଯିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କର୍ପୋରେଟର ଶିବ ପ୍ରସାଦ ବେହେରା, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତି ଦେବୀ, ବିଜୟଲକ୍ଷ୍ମୀ ସ୍ୱାଇଁ, ବିଦ୍ୟାଳୟ ପରିଚାଳଣା କମିଟି ସଭାପତି ନିରଞ୍ଜନ ଦାଶ, ସୁକାନ୍ତି ସାବୁତ, ଶୈଲେନ୍ଦ୍ର ସାବତ, ହସିନା ବେନୁ, ସସ୍ମିତା ଜେନା, ଅଶୋକ କୁମାର ସିଂ, ହରେକୃଷ୍ଣ ନାୟକ ପ୍ରମୁଖ ପ୍ରମୁଖ ସ୍ୱର୍ଗତ ରଘୁନାଥଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଶ୍ରେଷ୍ଠଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published.