କଟକ ସଦର, ୧୪/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ବରୁ ଅପରାଧ ଦମନ ପାଇଁ ପୋଲିସ୍ ପକ୍ଷରୁ ଜନସାଧାରଣଙ୍କ ଉଦେଶ୍ୟରେ ୧୧୨ ଫୋନ୍ ନମ୍ଵର କମିଶନରେଟ କଟକର ୨୪ ଟି ଥାନାରେ ବଳବତ୍ତର ଥିବା ବେଳେ ଏଵେ ଏହାକୁ ଆହୁରି ଦୃଢିଭୂତ କରାଯାଇଛି। ଏଥର ଗୋଟିଏ ଫୋନ୍ କଲ୍ ରେ ପୁଲିସ ପକ୍ଷରୁ ଅପରାଧୀଙ୍କୁ ତତକ୍ଷଣାତ୍ ଧରାଯିଵାକୁ ଦୁଇଟି ମୋବାଇଲ ନମ୍ବର ଡିସିପି ପିନାକ ମିଶ୍ର ଜାରି କରିଛନ୍ତି। ଯେଉଁଥିରେ ହ୍ୱ।ର୍ଟସ ଆପ୍ ମଧ୍ୟ ରହିଛି।ଏହି ଦୁଇଟି ନମ୍ବର ହେଲା ୬୩୭୦୭୦୧୫୫୦ ଓ ୮୭୬୩୦୭୮୪୬୪ ଵୋଲି ସୂଚନା ଦିଆଯାଇଛି। ସାଧାରଣତଃ ଦଶହରା କିମ୍ବା କୌଣସି ପୂଜା ସମୟରେ ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଦାଦା ଵଟି, ଗଣ୍ଡଗୋଳ ଓ ନିଶାଡିଙ୍କର ଦୈ।ରାତ୍ମ୍ୟ ଦେଖାଯାଇଥାଏ।ଯାହା ଫଳରେ ଜନସାଧାରଣଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।ଏହାକୁ ଦୃଷ୍ଟିରେ ରଖି ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନାମ ଗୋପନ ରଖିବାକୁ କହି ଜନସାଧାରଣ ଏହି ଦୁଇଟି ଫୋନ୍ ରେ ସୂଚନା ଦେଇପାରିବେ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି। ଆଗାମୀ ଦିନରେ ଏହାର ସୁଫଳ ଜନସାଧାରଣ କିପରି ପାଇପାରୁ ଛନ୍ତି ତାକୁ କେବଳ ଦେଖିବାକୁ ଵାକି ରହିଛି।